spot_img

ଲିଭିବନି ଅମର ଜ୍ୟୋତି

ଦିଲ୍ଲୀରେ ଇଣ୍ଡିଆ ଗେଟ୍‌ ୫୦ ବର୍ଷ ଧରି ପ୍ରଜ୍ଜଳିତ ଥିବା ଅମର ଯବାନ ଜ୍ୟୋତିର ଆଜି ଜାତୀୟ ଯୁଦ୍ଧ ସ୍ମାରକୀରେ ଜଳୁଥିବା ଜ୍ୟୋତିରେ ବିଲୟ କରାଯିବ । ୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧରେ ସହିଦ ହୋଇଥିବା ବୀର ଭାରତୀୟ ଯବାନଙ୍କ ସ୍ମୃତିରେ ଅମର ଯବାନ ଜ୍ୟୋତି ସ୍ଥାପନ କରାଯାଇଥିଲା। ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ୨୬ ଜାନୁଆରି ୧୯୭୨ରେ ଏହାର ଉଦ୍‌ଘାଟନ କରିଥିଲେ । ସହିଦ ଯବାନଙ୍କ ସ୍ମୃତିରେ ୫୦ ବର୍ଷ ଧରି ଅହରହ ଜଳୁଥିବା ମଶାଲ ଏବେ ଜାତୀୟ ଯୁଦ୍ଧ ସ୍ମାରକୀରେ ପରିବର୍ତ୍ତିତ ହୋଇଯିବ । ୨୦୧୯ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାର ଉଦ୍‌ଘାଟନ କରିଥିଲେ । ସ୍ବାଧୀନ ଭାରତରେ ବିଭିନ୍ନ ଯୁଦ୍ଧ ଓ ସଂଘର୍ଷରେ ସହିଦ ହୋଇଥିବା ୨୬ ହଜାରରୁ ଅଧିକ ଯବାନଙ୍କ ନାମ ଏହି ସ୍ମାରକୀରେ ରହିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular