spot_img

ରାଜ୍ୟରେ କମୁଛି ଦୈନିକ ସଂକ୍ରମଣ, ବଢ଼ିଲେ ହୋଇପାରେ ଲକଡାଉନ୍

ଭୁବନେଶ୍ୱର: ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ସଂଖ୍ୟା କମୁଛି । ଯେଉଁଥିପାଇଁ ଲକଡାଉନ ହେବା ଭଳି ସ୍ଥିତି ନାହିଁ। ଯଦି ଆଗାମୀ ଦିନରେ କରୋନା ସଂକ୍ରମଣ ବଢ଼େ ତାହେଲେ ଲକଡାଉନକୁ ଏଡ଼ାଇ ଦିଆଯାଇ ନପାରେ । ଡିଏମ୍ଇଟି ନିର୍ଦ୍ଦେଶକ ଡାକ୍ତର ସିବିକେ ମହାନ୍ତି ଏହା କହିଛନ୍ତି । ମହାରାଷ୍ଟ୍ର ଓ କେରଳରେ ଲକଡାଉନ ଓ କିଛି ସ୍ଥାନରେ ରାତି କର୍ଫ୍ୟୁ ଲାଗୁ ହୋଇଛି । ହେଲେ ବ୍ରିଟେନ ଓ ଆମେରିକା ପରି ସଂକ୍ରମଣ ବଢ଼ିନି। ଜନସାଧାରଣ ନିଜେ ସଚେତନ ରହିଲେ, ଲକ୍ଡାଉନ୍ର ଆବଶ୍ୟକତା ପଡିବନି । ପ୍ରତିଦିନ ବାହାର ରାଜ୍ୟରୁ ଆସୁଥିବା ଲୋକଙ୍କ ଉପରେ ନଜର ରଖାଯାଉଛି । ହେଲେ ସାଢ଼େ ୪ କୋଟି ଲୋକଙ୍କ ପାଖକୁ ଯାଇ ହେବନି। ତେଣୁ ଯେଉଁ ଲୋକଙ୍କ ଭିତରେ କିଛି ବି ଲକ୍ଷଣ ଦେଖାଯାଉଛି, ସେମାନେ ନିଜେ ଜଣାନ୍ତୁ ଓ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ବୋଲି ଡିଏମଇଟି ନିର୍ଦ୍ଦେଶକ ଡାକ୍ତର ସିବିକେ ମହାନ୍ତି କହିଛନ୍ତି। ସେହିପରି ଯେଉଁମାନେ ଟୀକା ନେଇଛନ୍ତି, ସେମାନଙ୍କ ଅନୁମତିରେ ରକ୍ତ ନମୁନା ସଂଗ୍ରହ କରାଯାଉଛି । କେତେ ଆଣ୍ଟିବଡି ମାତ୍ରା ହୋଇଛି ସେନେଇ ମଧ୍ୟ ପରୀକ୍ଷା କରାଯାଉଛି । ଦୈନିକ ୧୦୦ ଜଣଙ୍କ ରକ୍ତ ସଂଗ୍ରହ କରାଯାଉଛି ବୋଲି କହିଛନ୍ତି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଡାକ୍ତର ଲକ୍ଷ୍ମୀଧର ସାହୁ। ସାରା ଓଡ଼ିଶା ପାଇଁ ସ୍ୱାସ୍ଥ୍ୟ ସଚିବ ଏନେଇ ନିର୍ଦେଶନାମା ଜାରି କରିଛନ୍ତି। ଅନ୍ୟପଟେ କେରଳ ଓ ମହାରାଷ୍ଟ୍ରରେ ଦ୍ଵିତୀୟ ଲହରୀ ଆସି ମୃତ୍ୟୁ ହାର ବଢିଛି ଓ ସଂକ୍ରମଣ ହାର ବି ବଢିଛି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular