spot_img

ଟାଇଟଲ ପ୍ରୟୋଜକ ଭାବେ ଭିଭୋର ପ୍ରତ୍ୟବର୍ତ୍ତନ

ନୂଆଦିଲ୍ଲୀ: ଚାଇନା ମୋବାଇଲ ଉତ୍ପାଦନକାରୀ କମ୍ପାନୀ ଭିଭୋ ଆଗାମୀ ୨୦୨୧ ଇଣ୍ଡିଆନ ପ୍ରିମିୟର ଲିଗରେ ଟାଇଟଲ ପ୍ରୟୋଜକ ରହିବ ବୋଲି ଘୋଷଣା କରାଯାଇଛି । ଏ ନେଇ ଭାରତୀୟ କ୍ରିକେଟ କଣ୍ଟୋ୍ରଲ ବୋର୍ଡ ସ୍ପଷ୍ଟ କରିଛି । ଏଥିସହିତ ଭିଭୋ ତାର ପୁରୁଣା ଭୁମିକାକୁ ପ୍ରତ୍ୟାବର୍ତ୍ତନ କରିବା ନିଶ୍ଚତି ହୋଇଛି । ଅନ୍ୟ ବଡ ବଡ କମ୍ପାନୀକୁ ପ୍ରୟୋଜକ ଅଧିକାର ଟ୍ରାନ୍ସଫର କରିବା ନେଇ ପୟାସ କରାଯାଇଥିଲେ ମଧ୍ୟ ଏଥିରେ ସଫଳତା ମିଳିପାରି ନାହିଁ । ଏ ନେଇ ମିଳିଥିବା ପ୍ରସ୍ତାବ ଆଶାନୁରୂପ ହୋଇପାରି ନଥିବାରୁ ଭିଭୋକୁ ପୁଣି ଥରେ ଏହି ଅଧିକାର ପ୍ରଦାନ କରାଯିବ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି । ପୂର୍ବରୁ ବର୍ଷକୁ ୪୪୦ କୋଟି ଟଙ୍କା ବିନିମୟରେ ଭିଭୋ ଆଇପିଏଲ ପ୍ରୟୋଜକ ରହିଥିଲା ଓ ବିସିସିଆଇ ସହିତ ୫ ବର୍ଷିୟା ଚୁକ୍ତି କରିଥିଲା । ତେବେ ଲଦାଖରେ ଭାରତ ଓ ଚାଇନା ମଧ୍ୟରେ ଦେଖାଦେଇଥିବା ସୀମା ବିବାଦ ଓ ଏ ନେଇ ଦୁଇ ଦେଶ ମଧ୍ୟରେ ହୋଇଥିବା ସଂଘର୍ଷ କାରଣରୁ ଭିଭୋର ଏହି ପ୍ରୟୋଜକ ଚୁକ୍ତିକୁ ୨୦୨୦ ରେ ସାମୟିକ ଭାବେ ବାତିଲ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular