ମଧ୍ୟପ୍ରଦେଶ ସୀମା ଦେଇ ପଙ୍ଗପାଳ ଦଳ ଛତିଶଗଡ଼କୁ ମୁହାଁଇଛନ୍ତି । ଏମାନଙ୍କୁ ଘଉଡେଇବା ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି । ସୂଚନା ଅନୁସାରେ ପଙ୍ଗପାଳ ଦଳ ମଧ୍ୟପ୍ରଦେଶ ସୀମା ଦେଇ ଛତିଶଗଡ଼ ମୁଁଗେଲିରେ ପଶିଛନ୍ତି । ଏପଟେ ଛତିଶଗଡ ସୀମାନ୍ତବର୍ତୀ ଓଡିଶା ଗାଁରେ ଲୋକଙ୍କ ମନରେ ପଙ୍ଗପାଳକୁ ନେଇ ଭୟଭିତ ହୋଇଛନ୍ତି। ଗତ ଜୁନ୧ ତାରିଖ ମଧ୍ୟପ୍ରଦେଶରୁ ଛତିଶଗଡ କରେୟା ଜିଲ୍ଲା ଭରତପୁର ଅଚଂଳକୁ ଆସି ପୁଣି ମଧ୍ୟପ୍ରଦେଶକୁ ଫେରି ଯାଇଥିଲେ ପଙ୍ଗପାଳ ଦଳ । ଏବେ ପୁଣି ଏହି କରେୟା ଜିଲ୍ଲାର ଭରତପୁର ବ୍ଲକ ଡଙ୍ଗୋରିଟୋଲି ଅଚଂଳରେ ରହି ବ୍ୟାପକ କ୍ଷୟକ୍ଷତି ଘଟାଇ ଚାଲିଛନ୍ତି । ପଙ୍ଗପାଳଙ୍କୁ ଘଉଡାଇବା ପାଇଁ କରୋୟ ଜିଲ୍ଲା ପ୍ରଶାସନ ଓ କୃଷି ବିଭାଗ ତରଫରୁ କୀଟନାଶକ ସିଚଂନ କରାଯାଉଛି ।



Visitors Today : 1
Total Visitors : 129939
Total Views : 9891293
Visitors Online Now : 0