ଆସନ୍ତା ୨୧ ତାରିଖରେ ବର୍ଷର ପ୍ରଥମ ସୂର୍ଯ୍ୟପରାଗ ହେବାକୁ ଯାଉଛି । ଏହି ଗ୍ରହଣ ବଳୟାକାର ସୂର୍ଯ୍ୟ ପରାଗ ହେବ । ଏହି ସମୟରେ କିଛଇ ସମୟ ସୂର୍ଯ୍ୟ ଆକାଶରୁ ଲୁଚି ଯିବେ, ଯେଉଁ କାରଣରୁ ଧରିତ୍ରୀରେ ସମ୍ପୂର୍ଣ୍ଣ ରୂପେ ଅନ୍ଧାର ଛାଇ ଯିବାର ସୂଚନା ଜ୍ୟୋର୍ତିବିଦ୍ ମାନେ ମତ ଦେଇଛନ୍ତି । ସୂଚନା ଅନୁଯାୟୀ ଯେଉଁ ସମୟରେ ସୂର୍ଯ୍ୟ ଲୁଚି ଯିବେ ସେହିସମୟରେ ସାମାନ୍ୟ ଏକ ସୁନାର ମୁଦି ଆକାରର ଦେଖାଯିବେ । ଚଳିତ ବର୍ଷ ଏହି ଗ୍ରହଣ ଏକ ରହସ୍ୟମୟ, ଯାହାକୁ ଦେଖିବା ପାଇଁ ସମସ୍ତେ ଚାହିଁ ରହିଛନ୍ତି । କିନ୍ତୁ ଖାଲି ଆଖିରେ ସୂର୍ଯ୍ୟ ପରାଗ ଦେଖିବା ହାନିକାରକ ହୋଇଥାଏ । ଏହି କାରଣରୁ ସମ୍ପୂର୍ଣ୍ଣ ସାବଧାନତାର ସହ ଦେଖିବା ଆବଶ୍ୟକ । ତେବେ ଆସନ୍ତୁ ଜାଣିବା ଗ୍ରହଣ କେଉଁଦିନ ଏବଂ କେଉଁଠି ଦୃଶ୍ୟମାନ ହେବ ।
ସୂର୍ଯ୍ୟ ଗ୍ରହଣ ଆରମ୍ଭ ଏବଂ ସମାପ୍ତି ସମୟ

ଭାରତୀୟ ସମୟାନୁସାରେ ଆସନ୍ତା ୨୧ ଜୁନ୍ ଅର୍ଥାତ ରବିବାର ୧୦:୨୦ ମନିଟରୁ ଆରମ୍ଭ ହୋଇ ୦୩:୦୪ ମିନିଟରେ ଶେଷ ହେବ । ଅପରାହ୍ନ ୧୨:୧୦ ମିନିଟରେ ସୂର୍ଯ୍ୟ ପରାଗ ଚରମ ଅବସ୍ଥାରେ ରହିବ । କିନ୍ତୁ ଭାରତରେ ପରାଗ ଆରମ୍ଭ ଏବଂ ସମାପ୍ତିର ସମୟ ଭିନ୍ନ ଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ରହିବ ।
ଗ୍ରହଣ ଦେଖିବା ପାଇଁ ସାବଧାନତା ଅବଲମ୍ବନ କରନ୍ତୁ
ଗ୍ରହଣ ହେଉ କିମ୍ବା ପରାଗ ଖାଲି ଆଖିରେ ଦେଖିବା ଅନୁଚିତ । ଏପରି କରିବା ଦ୍ୱାରା ଆମ ଆଖି ଉପରେ ପ୍ରଭାବ ପଡିଥାଏ । ଏହାକୁ ଦେଖିବା ପାଇଁ ଟେଲିସ୍କୋପ କିମ୍ବା ସୋଲାର ଫିଲ୍ଟର ଚଷମା ବ୍ୟବହାର କରିବା ଉଚିତ ।
ଜାଣନ୍ତୁ କେଉଁ ସ୍ଥାନରେ କିପରି ଦେଖାଯିବ ସୂର୍ଯ୍ୟପରାଗ

ଚଳିତ ବର୍ଷ ଏଥର ସୂର୍ଯ୍ୟପରାଗ ସମ୍ପୂର୍ଣ୍ଣ ସୂର୍ଯ୍ୟପରାଗ ହେବ । ଏହା ବଳୟାକାର ଆକାରରେ ନଜର ଆସିବ । ଏହି କଂକଣ ପରାଗ ପ୍ରତ୍ୟେକ ସ୍ଥାନରେ ଖଣ୍ଡଗ୍ରାସ ରୂପେ ଦେଖାଯିବ ନାହିଁ । ଭାରତରେ ଏହି ଗ୍ରହଣ ଡେରାଡୁନ୍, ଚମୋଲି, କୁରୁକ୍ଷେତ୍ର, ମସୁରୀ, ଟୋହାନରେ କଂକଣ ଅର୍ଥାତ ଖଣ୍ଡଗ୍ରାସ ରୂପେ ଦୃଶ୍ୟମାନ ହେବ କିନ୍ତୁ କଲିକତା, ହାଇଦ୍ରାବାଦ, ସିମଲା, ଚେନ୍ନାଇ, ମୁମ୍ବାଇ, ଚଣ୍ଡିଗଡ ଆଦି ସହରରେ ଏହା ଖଣ୍ଡଗ୍ରାସ ରୂପେ ଦେଖାଯିବ । ଏହାବ୍ୟତୀତ ନୂଆଦିଲ୍ଲୀରେ ସୂର୍ଯ୍ୟଙ୍କ ୯୫ପ୍ରତିଶତ ଅଂଶ ଘୋଡାଇ
ହେଲା ଭଳି ଦୃଶ୍ୟମାନ ହେବ ।
ଭାରତ ସହ ଏହି ଗ୍ରହଣ ବିଶ୍ୱର ଅନ୍ୟ ଦେଶରେ ମଧ୍ୟ ଦେଖାଯିବ । ବ୍ୟାକଂଗ, କାଠମାଣ୍ଡୁ, କରାଚି, ଅବୁଧାବୀ, ରିୟାଦ ଆଦି ଦେଶରେ ମଧ୍ୟ ଗ୍ରହଣ ଦୃଶ୍ୟମାନ ହେବ । ଏହାବ୍ୟତୀତ ମଧ୍ୟଆଫ୍ରିକା, ଉତ୍ତରଭାରତ, ତାଇୱାନ, ଚୀନରେ ଏହି ଗ୍ରହଣ ସମ୍ପୂର୍ଣ୍ଣ ରୂପେ ଦେଖାଯିବ ।



Visitors Today : 3
Total Visitors : 130166
Total Views : 9891611
Visitors Online Now : 0