ଆଗରେ ଅଛି ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ | ନିର୍ବାଚନ ରଣାଙ୍ଗନରେ ନେତାଙ୍କ ମଧ୍ୟରେ ବାକ୍ ଯୁଦ୍ଧ ଆରମ୍ଭ ହୋଇ ଯାଇଛି। ସଦ୍ୟତମ ହମଲା କଂଗ୍ରେସ ସାଧାରଣ ସଂପାଦକ ପ୍ରିୟଙ୍କା ଗାନ୍ଧୀଙ୍କ ପକ୍ଷରୁ କରାଯାଇଛି। ପ୍ରିୟଙ୍କା ଅମିତ୍ ଶାହାଙ୍କ ଉପରେ ବର୍ଷିଛନ୍ତି। ପ୍ରିୟଙ୍କା କହିଛନ୍ତି, ୟୁପିରେ ଅପରାଧୀଙ୍କୁ ଖୋଜିବା ପାଇଁ ଦୂରବୀକ୍ଷଣ ଯନ୍ତ୍ରର ଆବଶ୍ୟକତା ନାହିଁ, ଚଷମାରେ ହିଁ ମଞ୍ଚରେ ଛିଡା ହୋଇଥିବା ଗୃହ ରାଜ୍ୟ ମନ୍ତ୍ରୀ ଅଜୟ ମିଶ୍ର ଟେନୀ ନଜରରେ ଆସି ପାରିଥାନ୍ତେ। ଗୋରଖପୁରର ଚମ୍ପା ଦେବୀ ପାର୍କରେ ଆୟୋଜିତ ପ୍ରତିଜ୍ଞା ରାଲିରେ ମଞ୍ଚରୁ ପ୍ରିୟଙ୍କା ସପା-ବସପାକୁ ସମାଲୋଚନା କରି କହିଛନ୍ତି, ଉତ୍ତର ପ୍ରଦେଶର ଚିନି ମିଲ୍କୁ ସପା, ବସପା ସରକାର ବନ୍ଦ କରି ଦେଇଛନ୍ତି। କଂଗ୍ରେସ ସଙ୍କଟ ସମୟରେ ଆପଣଙ୍କ ସହିତ ଛିଡା ହୋଇଛି। ଲକ୍ଷ୍ନୌ ଆସିଥିବା ଅମିତ୍ ଶାହା ଯୋଗୀ ସରକାରଙ୍କ ପ୍ରଶଂସା କରି କହିଥିଲେ, ଏବେ ଉତ୍ତର ପ୍ରଦେଶରେ ଦୂରବୀକ୍ଷଣ ଯନ୍ତ୍ରରେ ଦେଖିଲେ ମଧ୍ୟ ଅପରାଧୀ-ମାଫିଆ ନଜର ଆସୁ ନାହାନ୍ତି। ଏହି ସମୟରେ ମଞ୍ଚରେ ତାଙ୍କ ସହ କେନ୍ଦ୍ର ଗୃହ ରାଜ୍ୟ ମନ୍ତ୍ରୀ ଅଜୟ କୁମାର ମିଶ୍ର ଉପସ୍ଥିତ ଥିଲେ। ଏହା ଉପରେ ପ୍ରିୟଙ୍କା କଟାକ୍ଷ କରି କହିଛନ୍ତି, ଦୂରବୀକ୍ଷଣ କଣ ଦରକାର ଚଷମା ଲଗାନ୍ତୁ ସାମ୍ନାରେ ଅପରାଧୀ ନଜର ଆସିବେ।



Visitors Today : 0
Total Visitors : 130422
Total Views : 9891952
Visitors Online Now : 0