spot_img

ବିଳମ୍ବିତ ରାତିରେ ଘରେ ପଶି ଲୁଟିନେଲେ ଦୁର୍ବୃତ୍ତ

କଟକ : କଟକ ଜିଲ୍ଲା ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ଦ୍ବାରବତୀପୁର ଗାଁରେ ଲୁଟ । ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ରବୀନ୍ଦ୍ର ନାୟକଙ୍କ ଘରେ ପଶି କଟୁରୀ ଏବଂ ବନ୍ଧୁକରେ ଆକ୍ରମଣ କରି ଲୁଟ କରିଥିଲେ । ଏନେଇ ରବୀନ୍ଦ୍ର ନାୟକ ଖୁଣ୍ଟୁଣୀ ଥାନାରେ ଅଭିଯୋଗ କରିଛନ୍ତି।

ସୂଚନାଅନୁଯାୟୀ ଶୁକ୍ରବାର ରାତିରେ ୬ଜଣ ଦୁର୍ବୃତ୍ତ ରବୀନ୍ଦ୍ର ନାୟକଙ୍କ ଘରେ ପଶି ଏକ କଟୁରୀ ଏବଂ ବନ୍ଧୁକ ଦ୍ବାରା ରବୀନ୍ଦ୍ରଙ୍କ ଦୁଇ ପୁଅଙ୍କୁ ପ୍ରଥମେ ଆକ୍ରମଣ କରିଥିଲେ । ପରେ ଘରୁ ସୁନାଗହଣା ଟଙ୍କା ଲୁଟି ନେଇଛନ୍ତି ।
ଆକ୍ରମଣ ଶିକାର ହୋଇଥିବା ଦୁଇ ଜଣକୁ ପରିବାର ପକ୍ଷରୁ ଆଠଗଡ ମେଡିକାଲରେ ଚିକିତ୍ସିତ କରିବା ନିମନ୍ତେ ନିଆଯାଇଥିଲା । ଏନେଇ ଖୁଣ୍ଟୁଣୀ ଥାନାରେ ଅଭିଯୋଗ ହେବା ପରେ ଚୌଦ୍ବାର ଏସଡିପିଓ ପ୍ରଶାନ୍ତ ମଲ୍ଲ ଓ ଖୁଣ୍ଟୁଣୀ ଥାନା କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଅନ୍ୟପଟେ ଏଭଳି ଘଟଣା ଏହି ଅଞ୍ଚଳରେ ବାରମ୍ବାର ହେଉଥିବା ବେଳେ ପୋଲିସ ପ୍ରଶାସନ ପକ୍ଷରୁ କୌଣସି ଠୋସ ପଦକ୍ଷେପ ନେଉନଥିବା ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular