ମାଲକାନଗିରି : ଥମିବାର ନାଁ ଧରୁନି ଜନନୀ ଯନ୍ତ୍ରଣା । ପୁଣି ପାହାଡିଆ ଘାଟି ରାସ୍ତାରେ ୨ କିଲୋମିଟର ଚାଲିଲେ ଜଣେ ପ୍ରସୂତୀ ମହିଳା । ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିିବାକୁ ମିଳିଛ ମାଲକାନଗିରି ଜିଲ୍ଲା ନାକାମାମୁଡି ପଞ୍ଚାୟତର ତେନ୍ତୁଳିପଦର ଗାଁରେ । ଗାଁର ଦନାଇ ଖରା ନାମକ ଜଣେ ମହିଳା ପ୍ରସବ ଯନ୍ତ୍ରଣାରେ ଛଟ ପଟ ହେଉଥିବା ବେଳେ ଗାଁର ଆଶା ଦିଦି ୧୦୮ ଆମ୍ବୁଲାନ୍ସକୁ ଫୋନ କରିଥିଲେ । ହେଲେ ଗାଁକୁ ଯିବା ଲାଗି କୌଣସି ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଆସିପାରିନଥିଲା । ଫଳରେ ପ୍ରସୂତୀ ମହିଳାଙ୍କୁ ୨ କିଲୋମିଟର ପାହାଡିଆ ରାସ୍ତା ଦେଇ ଚାଲିବାକୁ ପଡିଥିଲା । ପରେ ଆମ୍ବୁଲାନ୍ସ ଜରିଆରେ ପ୍ରସୂତୀ ମହିଳାଙ୍କୁ ଚିତ୍ରକୋଣ୍ଡା ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ତାଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିବା ବେଳେ ଉଭୟ ମା’ ଓ ପୁଅ ସୁସ୍ଥ ରହିଥିବା ଜଣାପଡିଛି ।



Visitors Today : 1
Total Visitors : 130167
Total Views : 9891612
Visitors Online Now : 0