ଭୁବନେଶ୍ୱର : ବଜେଟ ଅଧିବେଶନର ଆଜି ଦ୍ଵିତୀୟ ଦିନ। ଗୃହ କାର୍ଯ୍ୟ ଆରମ୍ଭରୁ ବିରୋଧୀ ସଦସ୍ୟଙ୍କ ହୋହାଲ୍ଲା ଓ ହଟ୍ଟଗୋଳ । ବାଚସ୍ପତି ଗୃହକୁ ୧୧ଟା ୩୦ମିନିଟ୍ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି । କରୋନା କଟକଣା ମଧ୍ୟରେ ଚଳିତ ବଜେଟ୍ ଅଧିବେଶନ ଆରମ୍ଭ ହୋଇଛି । ତେବେ କରୋନା ପ୍ରଭାବ କମିବା ପରେ ଏଥର ଅଧିବେଶନରେ ପ୍ରଶ୍ନକାଳ ରଖାଯାଇଛି । ତେବେ ଆଜି ବଜେଟ ଅଧିବେଶନ ୨ଦିନ ଆରମ୍ଭରେ ବିରୋଧୀ ସଦସ୍ୟଙ୍କ ହଙ୍ଗାମା ଦେଖିବାକୁ ମିଳିଛି । ଧାନ କିଣାରେ ଅମିୟମିତତା ଓ ଚାଷୀ ସମସ୍ୟା ନେଇ ବିରୋଧୀ ସଦସ୍ୟଙ୍କ ହୋହାଲ୍ଲା ଓ ହଟ୍ଟଗୋଳ କରିଛନ୍ତି ।
ଏହି ଦୁଇ ପ୍ରସଙ୍ଗରେ ସ୍ୱତନ୍ତ୍ର ମୋସନ ଆଣି ଆଲୋଚନା କରିବାକୁ ବିରୋଧୀ ଦାବି କରିଥିଲେ । ତେବେ ବିରୋଧୀ ଦାବି କେହି ନଶୁଣିବାରୁ , ସେମାନେ ବାଚସ୍ପତିଙ୍କ ପୋଡିୟମ ସମ୍ମୁଖରେ ଆସି ନାରାବାଜି କରିବା ସହ ହଟ୍ଟଗୋଳ କରିଛନ୍ତି । ଏପରିକି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ଚଢିବାକୁ ଉଦ୍ୟମ କରିଥିଲେ । ଶେଷରେ ଗୃହର ସ୍ଥିତିକୁ ଦେଖି ବାଚସ୍ପତି ମୁଲତବୀ ଘୋଷଣା କରିଛନ୍ତି । ଗୃହ ଦିନ ୧୧ଟା ୩୦ ପର୍ଯ୍ୟନ୍ତ ମୁଲତବା ଘୋଷଣା କରିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0