ପୁରୀ: ପୁରୀ ଜିଲ୍ଲାର ଅସ୍ତରଙ୍ଗର ବିଭିନ୍ନ ଅଂଚଳରେ ଅଂଳା ନବମୀ ପାଳିତ । ବିନା ଭକ୍ତରେ ପବିତ୍ର ଅଁଳା ନବମୀ ଓ ରାଧାପାଦ ଦର୍ଶନ ପର୍ବ ପାଳିତ ହୋଇଛି ।ପରମ୍ପରାକୁ ବଂଚାଇବା ପାଇଁ ସେବାୟତଙ୍କ ଦ୍ୱାରା ପୂଜାର୍ଚ୍ଚନା କରାଯାଇଛି । ବିନା ଭକ୍ତରେ ଅସ୍ତରଙ୍ଗର ବିଭିନ୍ନ ଅଁଳା ବୃକ୍ଷ ନିକଟରେ ହୋଇଛି ଦେବନୀତି । ଭୋର ୪ଟାରୁ ମନ୍ଦିର ଖୋଲା ଯାଇଥିଲା । ପରେ ମଙ୍ଗଳ ଆଳତି ବେଶ, ମଇଲମ୍ ଏବଂ ଅବକାଶ ନୀତି କରାଯାଇଥିଲା । ପରମ୍ପରା ଅନୁଯାୟୀ ରାଧାରାଣୀଙ୍କର ଓଡ଼ିଆଣୀ ବେଶ, ଗୋପାଳଜିଉଙ୍କର ନଟବର ବେଶ କରାଯାଇଛି । ଅଁଳା ନବମୀ ଦିନ ଅସ୍ତରଙ୍ଗ ବରାଙ୍ଗ ଆର୍ତତ୍ରାଣ ମନ୍ଦିରକୁ ସହ ସହ ଭକ୍ତ ଆସିଥାନ୍ତି । ଚଳିତ ବର୍ଷ ମନ୍ଦିରରେ କରୋନା ପାଇଁ କୌଣସି ଭକ୍ତ ନ ଆସିବାକୁ ସୂଚନା ଦିଆଯାଇଥିଲା । କରୋନା ପାଇଁ ଭକ୍ତମୟ ପରିବେଶ ଭକ୍ତ ଶୁନ୍ୟ ହୋଇଯାଇଛି ।




Visitors Today : 4
Total Visitors : 130173
Total Views : 9891620
Visitors Online Now : 0