spot_img

ନିଖୋଜର ୧୫ଦିନ ପରେ ଜଙ୍ଗଲରୁ ମୃତଦେହ ଠାବ

ସାନଖେମୁଣ୍ଡି : ୧୫ ଦିନ ପରେ ନିଖୋଜ ମହିଳାଙ୍କ ମୃତଦେହ ଠାବ । ଗାଁ ନିକଟରେ ଥିବା ଏକ ଜଙ୍ଗଲରେ ପୋତାହୋଇଥିବା ଅବସ୍ଥାରେ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଛଣବଗଡ ଗାଁର ସାଇବାଣୀ ମଲ୍ଲିକ ବୋଲି ଜଣାପଡିଛି । ତାଙ୍କୁ ଗୁଣିଆ ସନ୍ଦେହରେ ହତ୍ୟା କରାଯାଇଛି । ସେପଟେ ଘଟଣାରେ ଜଣଙ୍କୁ ଅଟକ ରଖି ଛାନ୍‌ଭିନ୍‌ ଜାରି ରଖିଛି ପୋଲିସ

ଖବର ଅନୁଯାୟୀ, ଗତ ୧୦ ତାରିଖରେ ନୂଆବନ୍ଧପଲ୍ଲୀ ଗାଁର ସାଇବାଣୀଙ୍କ ଝିଆରୀ ପିଉସୀଙ୍କ ଘରକୁ ବୁଲିବାକୁ ଆସିଥିଲେ । କିନ୍ତୁ ଘର ଖୋଲା ଥିଲା , ଏବଂ ପିଉସୀଙ୍କଙ୍କ କୌଣସି ପତ୍ତା ମିଳିନଥିଲା । ସାହି ପଡିଶା ପଚାରିବାରୁ , ସେମାନେ କିଛି ଜାଣିନଥିବା କହିଥିଲେ । ଶେଷରେ ଥାନାରେ ଏତଲା ଦିଆଯାଇଥିଲା । ଦିଗପହଣ୍ଡି ଥାନା ପୋଲିସ ନିଖୋଜ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଘଟଣାର ତଦନ୍ତ କରୁଥିବା ସମୟରେ ଦିଗପହଣ୍ଡି ଥାନା ଅଧିକାରୀ ଗାଁର କିଛି ଯୁବକଙ୍କୁ ସନ୍ଦେହଘେରରେ ଉଠାଇ ଆଣି ପଚରାଉଚାର କରିବାରୁ ରହସ୍ୟଜନକ ଘଟଣାକୁ ଉପରୁ ପରଦା ହଟିଥିଲା । ଘଟଣା ପଛରେ ଛପି ରହିଥିବା ଲୋମଟାଙ୍କୁରା ହତ୍ୟାକାଣ୍ଡର ପର୍ଦ୍ଦାଫାଶ ହୋଇଥିଲା ।

ମୃତ ସାଇବାଣୀ ଜନ୍ମରୁ ଭିନ୍ନକ୍ଷମ ଥିବାରୁ ବିବାହ କରିନଥିଲେ। ପିଲାଦିନରୁ ଠାକୁର ପୂଜାକୁ ଭଲ ପାଉଥିଲେ । ନିଜକୁ ଦେବୀ ସାଧକ ବୋଲି କହୁଥିଲେ । ଝଡା-ଫୁଙ୍କା ମଧ୍ୟ କରୁଥିଲେ ।  ଯୋଜନା କରାଯାଇ ହତ୍ୟା କରାଯାଇଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି । ସ୍ଥାନୀୟ ପ୍ରଶାସନ ଓ ପୋଲିସ ଉପସ୍ଥିତିରେ ମୃତଦେହକୁ ଜଙ୍ଗଲରୁ ଉଦ୍ଧାର କରାଯାଇ ବ୍ୟବେଚ୍ଛଦ ନିମନ୍ତେ ପଠାଯାଇଥିଲା । ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ସେପଟେ ସଂପର୍କୀୟଙ୍କ ଆଉ ଏକ ଏତଲାକୁ ଭିତିକରି ପୋଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ହତ୍ୟାକାଣ୍ଡର ମୁଖ୍ୟ   ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖାଯାଇଛି। ଅନ୍ୟ ଅଭିଯୁକ୍ତମାନେ ଫେରାର ଥିବା ଆଇଆଇସି ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular