ନୂଆଦିଲ୍ଳୀ: ଇଣ୍ଡିଆନ ଅଏଲ କର୍ପୋରେସନ ବିନା ସବସିଡି ଉପଭୋକ୍ତାଙ୍କ ପାଇଁ ଗ୍ୟାସ ମୂଲ୍ୟ ବୃଦ୍ଧି କରିଛନ୍ତି । ଫଳରେ ସାରା ଦେଶରେ ବିନା ସବସିଡି ଏଲପିଜି ସିଲିଣ୍ଡର ପିଛା ୫୦ ଟଙ୍କା ବୃଦ୍ଧି ହୋଇଛି। ଦୀର୍ଘ ୫ ମାସ ପରେ ଆଇଓସି ଏହି ମୂଲ୍ୟ ବୃଦ୍ଧି ଘୋଷଣା କରିଛନ୍ତି। କମ୍ପାନୀ ଶେଷ ଥର ଜୁଲାଇ ମାସରେ ଗ୍ୟାସ୍ ଦର ପରିବର୍ତ୍ତନ କରିଥିଲେ। ଏହା ପୂର୍ବରୁ ପ୍ରତିମାସରେ ଗ୍ୟାସ୍ ଦର ନିର୍ଦ୍ଧାରିତ ହେଉଥିଲା। ଆଇଓସିଙ୍କ ଅନୁସାରେ ଗ୍ୟାସ୍ ମୂଲ୍ୟ ରାଜ୍ୟ ସଞ୍ଚାଳିତ ତୈଳ କମ୍ପାନୀମାନେ ନିର୍ଦ୍ଧାରିତ କରନ୍ତି । କୋଭିଡ-୧୯ ମହାମାରୀ ଲାଗି ରାଜ୍ୟ ସଞ୍ଚାଳିତ ତୈଳ କମ୍ପାନୀ ଏବେ ଗୁରୁତର ଚାପରେ ଅଛନ୍ତି। ଏଣୁ ଡିସେମ୍ବର ମାସରେ ସିଲିଣ୍ଡର ଦର ବୃଦ୍ଧି କରିଛନ୍ତି। କୋଭିଡ ଯୋଗୁ ଗତ ସେପ୍ଟେମ୍ବର ମାସରୁ ଘରୋଇ ରୋଷେଇ ଗ୍ୟାସ୍ ସିଲିଣ୍ଡରରେ କମ୍ପାନୀମାନେ ସବସିଡି ସମାପ୍ତ କରିଦେଇଛନ୍ତି।



Visitors Today : 2
Total Visitors : 130428
Total Views : 9891959
Visitors Online Now : 0