ଧର୍ମଗଡ଼ : ଅଙ୍ଗନବାଡ଼ି କର୍ମୀଙ୍କ ବକେୟା ଦରମା କରାଇଦେବା ପାଇଁ ୫୦୦୦ ଟଙ୍କା ଲାଞ୍ଚ ନେଉଥିଲେ କୋକସରା ସିଡିପିଓ। ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଭିଜିଲାନ୍ସ ତାଙ୍କଠାରୁ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଥିବା ଆଲୋଚନା ହେଉଛି। ୩ ମାସର ବକେୟା ଦରମା କରାଇଦେବା ପାଇଁ କଳାହାଣ୍ଡି ଜିଲ୍ଲା ସୁନାମାଲ୍ ଗାଁର ଅଙ୍ଗନବାଡ଼ି କର୍ମୀ କୋକସରା ସିଡିପିଓ ଜୟନ୍ତୀ ମହାନ୍ତିଙ୍କୁ ବାରମ୍ୱାର ଅନୁରୋଧ କରିଥିଲେ। ଅନୁରୋଧ ରକ୍ଷା କରି ସେ ଦୁଇ ମାସର ବକେୟା ଦରମା ରିଲିଜ୍ କରିଥିଲେ। ହେଲେ ଗୋଟିଏ ମାସର ଦରମା ଦେଲେନାହିଁ। ଏଥିପାଇଁ ଶ୍ରୀମତି ମହାନ୍ତି ୫୦୦୦ ଟଙ୍କା ଲାଞ୍ଚ ମାଗିଥିବା ଅଭିଯୋଗ ହୋଇଥିଲା।
ଅଙ୍ଗନବାଡ଼ି କର୍ମୀ ଜଣକ ଏନେଇ ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ଯୋଜନା ମୁତାବକ ଶ୍ରୀମତି ମହାନ୍ତି ଆଜି ଲାଞ୍ଚ ଟଙ୍କା ନେଉଥିବା ବେଳେ ସାଦା ପୋଷାକରେ ଉପସ୍ଥିତ ଥିବା ଭିଜିଲାନ୍ସ ଟିମ୍ର କର୍ମକର୍ତ୍ତାମାନେ ତାଙ୍କୁ ଧରିଥିଲେ। ଏପରିକି ଲାଞ୍ଚ ଟଙ୍କା ଜବତ କରିଥିଲେ।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0