ଗୁଆହାଟି: କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ ଗୁଆହାଟୀ କାମାକ୍ଷା ଦେବୀ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି। କାମାକ୍ଷା ମନ୍ଦିରରେ ପୂଜା କରିବା ସହ ଦୁଇ ଦିନିଆ ଆସାମ ଗସ୍ତ ଆରମ୍ଭ କରିଛନ୍ତି। ଆସାମରେ ୧୨୬ ସଦସ୍ୟ ବିଶିଷ୍ଟ ବିଧାନସଭା ପାଇଁ ମାର୍ଚ୍ଚ ୨୭, ଏପ୍ରିଲ ୧ ଓ ୬ ତାରିଖରେ ତିନିଟି ପର୍ୟ୍ୟାୟରେ ମତଦାନ ହେବ। ପ୍ରିୟଙ୍କା ପ୍ରଥମେ ଜୁଲକବାରି ଅଞ୍ଚଳକୁ ଯାଇଥିଲେ। ସେଠାରେ କଂଗ୍ରେସ ସମର୍ଥକ ତାଙ୍କୁ ସ୍ୱାଗତ କରିଥିଲେ। ଏହାପରେ ସେ ନୀଳାଚଳ ହିଲ୍ସ ସ୍ଥିତ ଶକ୍ତିପୀଠ ଯାଇଥିଲେ। ପ୍ରିୟଙ୍କା ଲାଲ ପୋଷାକ ପିନ୍ଧିଥିବା ନଜର ଆସିଛନ୍ତି। ଲାଲ ରଙ୍ଗ ଶକ୍ତିର ପ୍ରତୀକ ବୋଲି କୁହାଯାଏ। କଂଗ୍ରେସ ନେତା କହିଛନ୍ତି ଯେ ସେ ବହୁତ ଦିନ ହେଲା କାମାକ୍ଷା ମନ୍ଦିର ଦର୍ଶନ ପାଇଁ ଆସିବାକୁ ଚାହୁଁଥିଲେ। ବହୁତ ଦିନ ପରେ ତାଙ୍କ ଇଚ୍ଛା ପୂରଣ ହୋଇଛି। ସେ କହିଛନ୍ତି ଯେ ସେ ନିଜ ପରିବାରଠୁ ଅଧିକ ଆସାମବାସୀଙ୍କ ପାଇଁ ପ୍ରାର୍ଥନା କରିଛନ୍ତି।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0