କୁକୁଡାଖଣ୍ଡି:କୁକୁଡାଖଣ୍ଡି ତହସିଲ ସମ୍ମୁଖରେ ଓଡ଼ିଶା କ୍ଷେତ ମଜଦୁର ୟୁନିୟନ ତରଫରୁ ଭିନ୍ନ ଭିନ୍ନ ଦାବୀ କୁ ନେଇ ଗଣଧାରଣା ଡକାଯାଇଥିଲା l ମୁଖ୍ୟତ ଦେଶରେ ଚାଷୀ ବିରୋଧୀ ନୂତନ କୃଷି ଆଇନ କୁ ପ୍ରତ୍ୟହାର କରାଯାଉ, ଏହା ସହ ନୂତନ ବିଦୂତ ଆଇନ ୨୦୨୦ ପ୍ରତିହାର କରାଯାଉ ଯାହାକୁ ନେଇ ଦରବୃଦ୍ଧି ବହୁ ଚିନ୍ତାର ବିଷୟ ପାଲଟିଛି l ଦେଶରେ ହେଉ କିମ୍ବା ରାଜ୍ୟରେ ବେକାରୀ ମାନଙ୍କୁ ସ୍ଥାଇ ନିଯୁକ୍ତି ଦିଆଯାଉ, ବାଧ୍ରକିୟ, ବିଧବା, ବିକଳାଙ୍ଗ, ସ୍ୱାମୀ ପରିତ୍ୟକ୍ତ ଓ ଅବିବାହିତା ଭତ୍ତା ପ୍ରଦାନ କରାଯାଉ l ଅସହାୟ ନିରୀହ ଓ ବାସହୀନକୁ ଜମି ପଟା ଓ ବିଜୁ ପକ୍କା ଘର, ପ୍ରଧାନମନ୍ତ୍ରୀ ଆବାସ ଯୋଗାଇଦେବା, ପଥର କୁଆଁରିରୁ ରାଜସ୍ବ ଆଦାୟର ପଚାଶ ଭାଗ ସ୍ଥାନୀୟ ଅଂଚଳରେ ଉନ୍ନତି ମୂଳକ କାର୍ୟ୍ୟରେ ବିନିଯୋଗ କରାଯାଉ l ଦିନକୁ ଦିନ ପଥର ଫୁଟାଇ ନଷ୍ଟ ହେଉଥିବା ଚାଷୀଙ୍କ ଫସଲ ଓ ଘର କ୍ଷତି ପୂରଣ ଓ ସୋସାଇଟି ମାଧ୍ୟମରେ ସରକାରୀ ମଣ୍ଡି ଖୋଲି ଧାନ କୁଇଣ୍ଟାଲ ୩୦୦୦/-ଙ୍କ ପ୍ରଦାନ କରାଯାଉ ଏହି ସବୁ ବିଭିନ୍ନ ଦାବୀ କୁ ନେଇ ଆଜି କୁକୁଡାଖଣ୍ଡି ତହସିଲ ଅଫିସ ସମ୍ମୁଖରେ ଗଣଧାରଣା ଦେଇଛି ଓଡ଼ିଶା କୃଷକ ସଭା l



Visitors Today : 1
Total Visitors : 130167
Total Views : 9891612
Visitors Online Now : 0