spot_img

ଧରାବତରଣ କରିଛନ୍ତି ଜଗତଜନନୀ ମାଆ ଦୁର୍ଗା

ଭୁବନେଶ୍ୱର: ଶାରଦୀୟ ନବରାତ୍ର ପୂଜାର ଆଜି ହେଉଛି ମହାସପ୍ତମୀ । ମଣ୍ଡପରେ ମାଆଙ୍କର ମହାସପ୍ତମୀ ପୂଜା ଅନୁଷ୍ଠିତ ହେଉଥିବା ବେଳେ ଶକ୍ତିପୀଠ ଗୁଡିକରେ ଆରମ୍ଭ ହୋଇଛି ମହାଷ୍ଟମୀ ପୂଜା । କୋଭିଡ କଟକଣା ଭିତରେ ରାଜ୍ୟର ବିଭିନ୍ନ ମଣ୍ଡପରେ ପୂଜା ପାଉଛନ୍ତି ମା । ବିଧି ଅନୁସାରେ ଗତକାଲି ଷଷ୍ଠୀ ପୂଜା ଅନୁଷ୍ଠିତ ହୋଇଥିଲା । ଆଜି ଆରମ୍ଭ ହୋଇଛି ମହାସପ୍ତମୀ ପୂଜା । ଆଜି ମାଆ କାଳରାତ୍ରୀ ରୂପରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି । ଅର୍ଥାତ ମାଆଙ୍କର ସପ୍ତମ ସ୍ୱରୂପ ଭାବେ କାଳରାତ୍ରୀଙ୍କୁ ପୂଜା କରାଯାଇଥାଏ । ମାଆ ଏହି ରୂପରେ ଭକ୍ତମାନଙ୍କର ଶତ୍ରୁ ତଥା ଦୁଷ୍ଟମାନଙ୍କୁ ବିନାଶ କରିଥାନ୍ତି । ହିନ୍ଦୁ ଶାସ୍ତ୍ର ଅନୁସାରେ ମା ଏହି ଦିନ ମଧୁ କୈ÷ଟଭ ପରି ଅସୁରଙ୍କର ବିନାଶ କରିଥିଲେ । ଏହି ଦିନ ସମ୍ପୂର୍ଣ୍ଣ ବିଧି ବିଧାନ ସହିତ ମାଆଙ୍କର ପୂଜା କଲେ ସମସ୍ତ ମନୋକାମନା ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ୱାସ ରହିଛି । ମାଆ କାଳରାତ୍ରୀଙ୍କୁ ଲାଲ ରଙ୍ଗର ବସ୍ତ୍ର ପ୍ରିୟ ହୋଇଥିବା ବେଳେ ଗୁଡ ବହୁତ ପସନ୍ଦ ହୋଇଥାଏ । ତେଣୁ ଏହି ଦିନ ମାଆଙ୍କ ପାଖରେ ଗୁଡ ଭୋଗ ଲଗାଯାଇଥାଏ । ଚଳିତ ବର୍ଷ କରୋନା ପାଇଁ ବିଧି ରକ୍ଷା ନିମନ୍ତେ ମଣ୍ଡପରେ ମୃଣ୍ମୟୀ ପ୍ରତିମା ନିର୍ମାଣ କରାଯାଇଛି । ମାତ୍ର କୋଭିଡ କଟକଣା ପାଇଁ ଭକ୍ତ ଏଥର ମା’ଙ୍କୁ ସିଧାସଳଖ ଦର୍ଶନ କରିପାରୁନାହାନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular