ମୁମ୍ବାଇ: ବଲିଉଡ଼ର ଚର୍ଚ୍ଚିତ ସିଙ୍ଗର ନେହା କକ୍କରଙ୍କ ହାତରେ ରୋହନପ୍ରିତ ସିଂହଙ୍କ ନାଁରେ ମେହେନ୍ଦୀ ଲଗାଇଛନ୍ତି । ନେହାଙ୍କର ଏହି ମେହେନ୍ଦୀର ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ।

ଦିଲ୍ଲୀର ପ୍ରସିଦ୍ଧ ରାଜୁ ମେହେନ୍ଦୀ ଟିମ ନେହା କକ୍କରଙ୍କ ହାତରେ ମେହେନ୍ଦୀ ଲଗାଉଥିବାର କିଛି ଫଟୋ ସେୟାର କରିଛନ୍ତି । ଏବଂ ଲେଖିଛନ୍ତି ଯେ ନେହା କକ୍କରଙ୍କ ଭଳି ଦମଦାର ଗାୟିକାଙ୍କ ହାତରେ ବ୍ରାଇଡ଼ାଲ ମେହେନ୍ଦୀ ଲଗାଇବା ଆମ ପାଇଁ ଗର୍ବର ବିଷୟ ।

ସୂଚନାଅନୁଯାୟୀ ପୂର୍ବରୁ ନେହା ନିକଟରେ ରୋକା ସେରେମନିର ଭିଡ଼ିଓ ଜାରି କରିଥିଲେ । ଯେଉଁଥିରେ ସେ ରୋହନଙ୍କ ସହ ରୋହନଙ୍କ ସହ ଡ଼ାନ୍ସ କରୁଥିବାର ନଜର ଆସିଥିଲେ । ନେହା ଆଜି କୋର୍ଟ ମ୍ୟାରେଜ କରିବେ ଏବଂ ପରେ ଅକ୍ଟୋବର ୨୬ ତାରିଖରେ ପଞ୍ଜାବରେ ଗ୍ରାଣ୍ଡ ରିସେପ୍ସନ ହେବ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0