ନୂଆଦିଲ୍ଲୀ: ଇସ୍ରୋରେ କାର୍ଯ୍ୟ କରୁଥିବା ଓଡିଆ ବୈଜ୍ଞାନିକ ତପନ ମିଶ୍ରଙ୍କୁ ହତ୍ୟା କରିବା ଲାଗି ଷଡଯନ୍ତ୍ର ହୋଇଛି । ଶ୍ରୀ ମିଶ୍ର ଏ ନେଇ ନିଜେ ସୋସିଆଲ ମିଡିଆ ଫେସବୁକରେ ପୋଷ୍ଟ କରିଛନ୍ତି। ତାଙ୍କୁ ୨୦୧୭ରେ ଖାଦ୍ୟରେ ବିଷ ଦିଆଯାଇଥିବା ସେ ଅଭିଯୋଗ କରିଛନ୍ତି। ତେବେ ତାଙ୍କୁ କିଏ ଏବଂ କାହିଁକି ବିଷ ଦେଇଛନ୍ତି ସେ ବିଷୟରେ ତାଙ୍କୁ ଜଣାନାହିଁ ବୋଲି ମିଶ୍ର କହିଛନ୍ତି। ମିଶ୍ର ‘ଲଙ୍ଗ୍ କେପ୍ଟ ସିକ୍ରେଟ୍’ ଶିରୋନାମାରେ ଉଲ୍ଲେଖ କରିଛନ୍ତି ଯେ, ବେଙ୍ଗାଲୁରୁରେ ଏକ ପ୍ରମୋଶନ ଇଣ୍ଟର୍ଭ୍ୟୁ ସମୟରେ ସକାଳ ଜଳଖିଆରେ ମୋତେ ବିଷ ଦିଆଯାଇଥିଲା। ଏହି ବିଷ ଅଜୈବିକ ଥିଲା। ଏହାର ୧ ଗ୍ରାମ ଯେକୌଣସି ବ୍ୟକ୍ତିଙ୍କୁ ମାରିବା ପାଇଁ ଯଥେଷ୍ଟ। ଏହି ଘଟଣା ପରେ ୨ ବର୍ଷ ଧରି ମୁଁ ଚିକିତ୍ସିତ ହୋଇଥିଲି। ସେଥିଲାଗି ଘଟଣା ବିଷୟରେ କାହାକୁ କହି ନ ଥିଲି। ମୁଁ ନିଜକୁ ଭାଗ୍ୟଶାଳୀ ବୋଲି ମନେ କରୁଛି, କାରଣ ଏହି ବିଷ ଶରୀରରେ ପ୍ରବେଶ କରିବା ପରେ କେହି ବଞ୍ଚନ୍ତି ନାହିଁ।



Visitors Today : 1
Total Visitors : 130440
Total Views : 9891972
Visitors Online Now : 0