ଭୁବନେଶ୍ଵର : ଗତ ୨୪ ଘଣ୍ଟାରେ ଭୁବନେଶ୍ଵରରୁ ୧୮୯ ନୂତନ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଅନ୍ୟପଟେ ୨୬୭ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଭୁବନେଶ୍ଵର ମହାନଗର ନିଗମ ଟ୍ଵିଟ୍ କରି ଶୁକ୍ରବାର ଏହାର ସୂଚନା ଦେଇଛି।
ବିଏମସି ଅନୁଯାୟୀ, ଗତ ୨୪ ଘଣ୍ଟାରେ ଭୁବନେଶ୍ଵରୁ ୨୬୭ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରୁ ସଙ୍ଗରୋଧ କେନ୍ଦ୍ରରୁ ୪୭ ହୋଇଥିବା ବେଳେ ୧୪୨ ହେଉଛି ସ୍ଥାନୀୟ ସଂକ୍ରମଣ। ଆଜିର ଆକ୍ରାନ୍ତ ସଂଖ୍ୟା ମିଶାଇଲେ ରାଜଧାନୀରେ ମୋଟ୍ କୋଭିଡ୍-୧୯ ପଜିଟିଭ୍ ସଂଖ୍ୟା ୨୮,୨୯୯ରେ ପହଞ୍ଚିଛି। ୨୬୭ ସୁସ୍ଥ ସହିତ ମୋଟ୍ ଆରୋଗ୍ୟସଂଖ୍ୟା ୨୫,୬୧୯କୁ ବୃଦ୍ଧି ଘଟିଛି। ସେହି ପରି କରୋନାଜନିତ ମୃତ୍ୟୁସଂଖ୍ୟା ଅଦ୍ୟାବଧି ୧୪୮ରେ ପହଞ୍ଚିଛି। ମୋଟ୍ ସକ୍ରିୟ କେସ୍ ସଂଖ୍ୟା ୨୫୧୧ ରହିଛି।
ସୂଚନାଯୋଗ୍ୟ, ଅକ୍ଟୋବର ମାସ ପୂର୍ବରୁ ହୁ ହୁ ହୋଇ କରୋନା ବଢିବାରେ ଲାଗିଥିଲା। ରାଜଧାନୀ ଭୁବନେଶ୍ଵରରୁ ପ୍ରତି ଦିନ ୪୦୦ରୁ ଉର୍ଦ୍ଧ୍ଵ ନୂତନ ଆକ୍ରାନ୍ତ ଚିହ୍ନଟ ହେଉଥିଲେ। ସ୍ଥାନୀୟ ସଂକ୍ରମଣ କେସ୍ ସଂଖ୍ୟା ବଢିବାରେ ଲାଗିଥିଲା। ଯାହା ବିଏମସି ପାଇଁ ଚିନ୍ତାର କାରଣ ପାଲଟିଥିଲା।



Visitors Today : 2
Total Visitors : 130428
Total Views : 9891959
Visitors Online Now : 0