spot_img

ପେଟିଏମକୁ ପ୍ଲେ ଷ୍ଟୋରରୁ ହଟାଇଲା ଗୁଗୁଲ

ନୂଆଦିଲ୍ଲୀ: ଭାରତର ଡିଜିଟାଲ ପେମେଣ୍ଟ କମ୍ପାନୀ ପେଟିଏମକୁ ଗୁଗୁଲ ତା’ର ପ୍ଲେ ଷ୍ଟୋରରୁ ହଟାଇ ଦେଇଛି । କମ୍ପାନୀ ଉପରେ ନିୟମ ଉଲଂଘନ ଆରୋପ ଲାଗିଛି । ପେଟିଏମ ତରଫରୁ ଏକ ଟ୍ୱିଟ କରି କୁହାଯାଇଛି କି, ପ୍ଲେ ଷ୍ଟୋରରେ ଏହି ଆପ କିଛି ସମୟ ପାଇଁ ଉପଲବ୍ଧ ହେବନାହିଁ । ପେଟିଏମର ‘ପେଟିଏମ୍ ଫାଷ୍ଟ ଗେମ୍ସ’ ଆପକୁ ମଧ୍ୟ ପ୍ଲେଷ୍ଟୋରରୁ ହଟାଇ ଦିଆଯାଇଛି ।
ପେଟିଏମ ଶୁକ୍ରବାର ଦିନ ଏକ ଟ୍ୱିଟରେ ଲେଖିଥିଲା କି, ‘ପ୍ରିୟ ପେଟିଏମ୍ ଗ୍ରାହକ ବ୍ୟବହାରକାରୀ, ପେଟିଏମ ଆଣ୍ଡ୍ରଏଡ଼ ଆପ ନୂଆ ଡାଉନଲୋଡ଼ ଓ ଅପଡେଟ ପାଇଁ ଉପଲବ୍ଧ ନାହିଁ । ଆମେ ବହୁତ ଶୀଘ୍ର ଫେରିବୁ । ଆପଣ ପେଟିଏମ୍ ପୁଣି ଥରେ ବ୍ୟବହାର କରିପାରିବେ ।’ କିଛି ଦିନ ଆଗରୁ ପେଟିଏମ ଫାଣ୍ଟାସି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆରମ୍ଭ କରିଥିଲା । ଯାହା ପରେ ପ୍ଲେଷ୍ଟୋରରୁ ଏହି ଦୁଇ ଆପ୍ ହଟାଇ ଦିଆଯାଇଥିଲା । କିନ୍ତୁୂ ଏହା ଆଇଓଏସ୍ ୟୁଜର୍ସଙ୍କ ପାଇଁ ଆପଲ ଆପ୍ ଷ୍ଟୋରରେ ଉପଲବ୍ଧ ହେବ । ଯେଉଁମାନଙ୍କ ଫୋନରେ ପ୍ରଥମରୁ ପେଟିଏମ ଅଛି, ସେମାନେ ନିଜ ଆପ୍ ଓ ମୋବାଇଲ ୱାଲେଟ ପୂର୍ବପରି ବ୍ୟବହାର କରିପାରିବେ । ଏହା ମଧ୍ୟରେ ଗୁଗୁଲ ନିଜର ଗ୍ୟାମ୍ବଲିଙ୍ଗ ପଲିସିକୁ ନେଇ ବୟାନ ଜାରି କରିଛି । ଅନଲାଇନ କ୍ୟାସିନୋ କିମ୍ବା ସେହିପରି କୌଣସି ଅନିୟମିତ ଗ୍ୟାମ୍ବଲିଙ୍ଗ ଆପ ଯାହାକି ସ୍ପୋର୍ଟସରେ ଜୁଆ ଖେଳିବାକୁ ପ୍ରୋତ୍ସାହିତ କରେ, ସେମାନଙ୍କୁ ପ୍ଲାଟଫର୍ମରେ ରହିବାକୁ କମ୍ପାନୀ ଅନୁମତି ଦିଏ ନାହିଁ ବୋଲି ସେ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular