ନୂଆଦିଲ୍ଲୀ: ନୂଆବର୍ଷରେ ମହଙ୍ଗା ହେଲା ମହିନ୍ଦ୍ରାର ସବୁ ଗାଡ଼ି । ପୂର୍ବ ଘୋଷଣା ମୁତାବକ ଏବେ ବିଭିନ୍ନ କମ୍ପାନୀ ନିଜ ଗାଡ଼ି ଉପରେ ଦାମ ବୃଦ୍ଧି କରିଛନ୍ତି। ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ସବୁ କାର ଉପରେ ପାଖାପାଖି ୪୦ରୁ ୪୫ ହଜାର ଟଙ୍କା ବୃଦ୍ଧି କରିଛି। ଆଜିଠୁ ଏହି ନୂଆ ଦାମ ଲାଗୁ ହୋଇଥିବା ଜଣାପଡ଼ିଛି। ସମସ୍ତ ମଡେଲ ଉପରେ କମ୍ପାନୀ ୧.୯ ପ୍ରତିଶତ ଦାମ ବୃଦ୍ଧି କରିଛି। ମହିନ୍ଦ୍ରାର ବହୁ ଲୋକପ୍ରିୟ କାର ‘ଥର’ ଦାମ ୪୦ ହଜାର ବୃଦ୍ଧି ପାଇଛି। ୧ ଡିସେମ୍ବର ୨୦୨୦ରୁ ୭ ଜାନୁଆରୀ ୨୦୨୧ ସୁଦ୍ଧା ବୁକ୍ ହୋଇଥିବା ‘ଥର’ ଉପରେ ଏହି ନୂଆ ଦର ଲାଗୁ କରିବାକୁ କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0