ଚିତ୍ରକୋଣ୍ଡା : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ରାଲେଗାଡ଼ା ପଞ୍ଚାୟତକୁ ଗୋଟିଏ ବୋଟ ପ୍ରଦାନ କରିବ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା କମ୍ପାନି। ଏ ସଂପର୍କରେ ଟ୍ୱଇଟ କରି ସୂଚନା ଦେଇଛନ୍ତି କମ୍ପାନିର ପ୍ରମୋଟର ଆନନ୍ଦ ମହିନ୍ଦ୍ରା। ଏହି ଅଞ୍ଚଳ ଦେଇ ପ୍ରବାହିତ ହେଉଥିବା ନଦୀ ବର୍ଷା ଦିନେ ଅଞ୍ଚଳବାଙ୍କ ପାଇଁ ନାନା ସମସ୍ୟା ଛିଡ଼ା କରିଥାଏ। ନଦୀରେ ପୋଲ ନ ଥିବାରୁ ସେମାନଙ୍କର ଏକମାତ୍ର ଭରସା ହେଲା ଲାଉ ତୁମ୍ବା। ଜୀବନକୁ ବାଜି ଲଗାଇ ଲୋକେ ଲାଉ ତୁମ୍ବା ଜରିଆରେ ନଦୀ ପାର୍ ହୁଅନ୍ତି। ଏହାର ଭିଜୁଆଲ ସୋଶାଲ ମିଡିଆରେ ଖୁବ୍ ଭାଇରାଲ୍ ହୋଇଥିଲା। ସେହି ଭିଜୁଆଲ ଦେଖିବା ପରେ ଆନନ୍ଦ ମହିନ୍ଦ୍ରା ଏକ ବୋଟ ଦେବାକୁ ଘୋଷଣା କରିଛନ୍ତି।



Visitors Today : 1
Total Visitors : 130424
Total Views : 9891955
Visitors Online Now : 0