ଟାଙ୍ଗୀ : ବହୁ ଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ମାମଲାରେ ନୂଆ ମୋଡ । ହତ୍ୟାକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ୍ଲ ବିଶ୍ୱାଳଙ୍କ ମୃତଦେହ ଉଦ୍ଧାର । ଟାଙ୍ଗୀ ଅଞ୍ଚଳରୁ ପ୍ରଫୁଲ୍ଲଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ନିର୍ମାଣଧୀନ ଟୋଲ ଗେଟ ନିକଟରୁ ପ୍ରଫୁଲ୍ଲଙ୍କ ମୃତଦେହ ମିଳିଥିବା ବେଳେ ଟ୍ରକ ଚାପାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଗତକାଲି ବିଳମ୍ବିତ ରାତିରେ ଏଭଳି ଦୁର୍ଘଟଣା ହୋଇଛି । ତେବେ ଏହା ଦୁର୍ଘଟଣା ନା ସୁପରିକଳ୍ପତି ହତ୍ୟାକାଣ୍ଡ ସେନେଇ ତଦନ୍ତ ଆରମ୍ଭ କରିଛି ପୋଲିସ । ମାହାଙ୍ଗା ଡବଲ ମର୍ଡର ଘଟଣା ପରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ପ୍ରଫୁଲ୍ଲ ବିଶ୍ୱାଳ ଗତ କିଛିଦିନ ହେବ ଫେରାର ହୋଇ ଯାଇଥିଲା । ଆଉ ହଠାତ ଗତକାଲି ରାତିରେ ଟାଙ୍ଗୀ ଅଞ୍ଚଳରୁ ତାଙ୍କର ମୃତଦେହ ଉଦ୍ଧାର କରାଯିବାକୁ ନେଇ ରାଜନୀତି ତେଜିଛି । ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ବିଜେପି ଦାବି କରିଛି । ମାହାଙ୍ଗା ଡବଲ ମର୍ଡର ଘଟଣାର ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ୍ଲଙ୍କ ପାଖରେ ପୋଲିସ ପହଞ୍ଚି ପାରୁନଥିବା ବେଳେ ଏବେ ପ୍ରଫୁଲ୍ଲଙ୍କ ମୃତ୍ୟୁ ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0