ଅରବାଜ୍ ଖାନ୍ ଏବଂ ମଲାଇକା ଆରୋରା ହୁଏତ ଅଲଗା ହୋଇଯାଇଛନ୍ତି, କିନ୍ତୁ ଦୁହେଁ ସମୟ ସମୟରେ ଏକାଠି ନଜର ଆସନ୍ତି। ଛାଡପତ୍ର ହେବା ପରେ ବି ଉଭୟଙ୍କ ମଧ୍ୟରେ ସମ୍ପର୍କ ଖରାପ ହୋଇନାହିଁ। ଉଭୟ ପ୍ରାୟତଃ ପରସ୍ପରର ଫ୍ୟାମେଲି ଇଭେଣ୍ଟରେ ଦେଖାଯାଆନ୍ତି। କେତେବେଳେ ଫ୍ୟାମିଲି ଲଞ୍ଚରେ ଯାଆନ୍ତି ତ ଆଉ କେତେବେଳେ ପାର୍ଟିରେ। ସମ୍ପ୍ରତି ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି। ବଲିଉଡର ପ୍ରସିଦ୍ଧ ସେଲିବ୍ରିଟି ଫଟୋଗ୍ରାଫର ଭାଇରାଲ ଭାୟାନୀଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଅରବାଜ-ମଲାଇକାଙ୍କ ଲାଟେଷ୍ଟ ସ୍ପଟେଡ୍ ଭିଡିଓ ପୋଷ୍ଟ କରାଯାଇଛି। ଯେଉଁଥିରେ ଦୁହେଁ ନିଜ ପୁଅ ଅରହାନ ଖାନଙ୍କୁ ନେବା ପାଇଁ ବିମାନବନ୍ଦରରେ ପହଞ୍ଚିଥିବାର ନଜର ଆସିଛନ୍ତି।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0