ଗତକାଲି ମାନବାଧିକାର କମିଶନ ଦିବସ ଥିଲା। ହେଲା ମାନବିକତା ଭୁଲି ଯାଇଥିଲା ରାଜଧାନୀ ପୁଲିସ୍। ରାଜଧାନୀ ରାଜରାସ୍ତାରେ ଗୋଡ଼ାଇ ଗୋଡ଼ାଇ କଂଗ୍ରେସ କର୍ମୀଙ୍କୁ ଅତି ବର୍ବୋରଚିତ ଭାବେ ପିଟି ଚାଲିଲା। ଏଭଳି ଅମାନବୀୟ ଘଟଣା ଇତିହାସରେ ପ୍ରଥମ । ଦାୟିତ୍ୱରେ ଥିବା ପୁଲିସ ଅଧିକାରୀ ବୋଧହୁଏ ଆଇନ ପଢ଼ିନାହାନ୍ତି ନଚେତ ଆଇନ୍ ପଢ଼ି ବୁଝିଥିଲେ ବି ସରକାରୀ ଚାପରେ ବେଆଇନ କାମ କରିଛନ୍ତି।” ଗତକାଲି ଛାତ୍ର କଂଗ୍ରେସ କର୍ମୀଙ୍କ ଉପରେ ପୁଲିସ୍ର ଆକ୍ରମଣ ପରେ ଆଜି ସାମ୍ବାଦିକ ସମ୍ମିଳନୀରେ ପୁଲିସ୍ ଉପରେ ଗର୍ଜି ଏପରି କହିଛନ୍ତି ଦଳର ବରିଷ୍ଠ ନେତା ନରସିଂହ ମିଶ୍ର। ଏନେଇ ନରସିଂହ ମିଶ୍ର କହିଛନ୍ତି, ଗତକାଲି ଛାତ୍ର କଂଗ୍ରେସ ତରଫରୁ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରାଯାଇଥିଲା। ସଭା ଚାଲିଥିବା ସମୟରେ ହିଁ ପୁଲିସ୍ ଛାତ୍ରଙ୍କ ଉପରେ ଆକ୍ରମଣ ଆରମ୍ଭ କରି ଦେଇଥିଲା। ସଭା ପରେ ଏହା ଆହୁରି ତୀବ୍ର ହେବାକୁ ଲାଗିଲା। ପଶୁଙ୍କୁ ମାଡ଼ ମାରିବା ପରି ପୁଲିସ୍ କଂଗ୍ରେସ କର୍ମୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଛି।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0