ବ୍ରହ୍ମପୁର: ଡାକ୍ତରଖାନାରେ ଚିକିତ୍ସାରେ ଅବହେଳା ଯୋଗୁ ଜଣେ ରୋଗୀଙ୍କ ଜୀବନ ଯାଇଛି । ପିପିଇ କିଟ୍ ନଥିବାରୁ ଠିକ୍ ସମୟରେ ଅକ୍ସିଜେନ ଯୋଗାଇ ଦିଆଗଲାନି । ଫଳରେ ସିଟି ହସ୍ପିଟାଲ ପରିସର କୋଭିଡ କେୟାର ସେଣ୍ଟରେ ଜଣେ ବୟସ୍କ ରୋଗୀଙ୍କ ଜୀବନ ଚାଲିଯାଇଥିବା ଅଭିଯୋଗ ହୋଇଛି । ମୃତକ ଜଣକ ହେଉଛନ୍ତି ବିଡିଏର ପୂର୍ବତନ ଆସିଷ୍ଟାଣ୍ଟ ପ୍ଲାନିଂ ଅଫିସର ପଙ୍କଜ ବେହେରା । ସୁଚନା ମୁତାବକ, ପଙ୍କଜଙ୍କୁ ଦୁଇ ତିନି ଦିନ ହେବ ସାଧାରଣ ଜ୍ୱର ହେଉଥିଲା । ଔଷଧ ଖାଉଥିଲେ କିନ୍ତୁ ସ୍ୱାବ ଟେଷ୍ଟ କରି ନଥିଲେ । ଶନିବାର ଦିନ ତାଙ୍କର ଅବସ୍ଥା ଗୁରୁତର ହେବାରୁ ପରିବାର ଲୋକେ ସିଟି ହସ୍ପିଟାଲକୁ ଆଣିଥିଲେ । ତାଙ୍କର ଅବସ୍ଥା ଦେଖ ଅକ୍ସିଜେନ ଦରକାର ହେବ ଆଡମିଟ କରାଅ ବୋଲି କହିଥିଲେ ହସ୍ପିଟାଲରେ । ଆଡମିଟ ପରେ ବି ୧୫-୨୦ ମିନିଟ କାଳ କେହି ଦେଖି ନ ଥିଲେ । ପରିବାର ଲୋକେ ପଚାରିବାରୁ କହିଲେ ପିପିଇ କିଟ୍ ନାହିଁ, ତେଣୁ ଅକ୍ସିଜେନ ଦେଇପାରିବୁ ନାହିଁ । ଶେଷରେ ବାହାରୁ ପିପିଇ କିଟ୍ ଆଣି ଦେବା ପରେ ଯେତେବେଳେ ଡାକ୍ତର ଚେକ୍ କରିବାକୁ ଗଲେ ଜୀବନ ପଳେଇଥିଲା । ପରେ ଡାକ୍ତର ତାଙ୍କର ମୃତ ଘୋଷଣା କରିଥିଲେ । ଏ ନେଇ ମୃତ ପଙ୍କଜ ବେହେରାଙ୍କ ପୁଅ ଅଭିଯୋଗ କରିଥିବାର ସୂଚନା ମିଳିଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0