ମୟୂରଭଞ୍ଜ : ମୋରଡା ଥାନା ଅନ୍ତର୍ଗତ ଅନ୍ଧାରୀ ରାସ୍ତାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏକ ଟ୍ରକ ଭାରସାମ୍ୟ ହରାଇ ଗଛକୁ ପିଟି ଓଲଟି ପଡିଛି । ଫଳରେ ୨ଜଣ ମୃତ୍ୟୁବରଣ କରିଛନ୍ତି ।
ସୂଚନାନୁସାରେ, ମୋରଡା ଅନ୍ଧାରୀ ରାସ୍ତାରେ ଏକ ଟ୍ରକ୍ ଆସୁଥିଲା ବେଳେ ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଏକ ଗଛକୁ ଧକ୍କା ଦେଇଥିଲା ।ଏହାପରେ ଟ୍ରକଟି ଓଲଟି ପଡିଥିଲା । ଫଳରେ ଘଟଣାସ୍ଥଳରେ ୨ଜଣ ପ୍ରାଣ ହରାଇଛନ୍ତି । ଏହାସହ ତିନି ଜଣ ଗୁରୁତର ହୋଇଛନ୍ତି । ଦୁଇ ମୃତ ହେଲେ ମୋରଡାର ଛେଲା ମହାକୁଡ ଓ ଧାନଶୁଳାର କାଳିଆ ମହାନ୍ତ ।ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।



Visitors Today : 6
Total Visitors : 130175
Total Views : 9891622
Visitors Online Now : 0