ନୂଆଦିଲ୍ଲୀ: ଆଜି ଦିନ ୧୧ଟାରେ ନିଜର ରେଡିଓ କାର୍ୟ୍ୟକ୍ରମ ‘ମନ କି ବାତ୍’ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶକୁ ସମ୍ବୋଧିତ କରିବେ। ଶନିବାର ରାତିରେ ଟୁଇଟ୍ କରି ପ୍ରଧାନମନ୍ତ୍ରୀ ମୋଦୀ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କ ସମ୍ମୁଖରେ ଭାଷଣ ଦେବେ। ଜୁଲାଇ୧୧ରେ ନରେନ୍ଦ୍ର ମୋଦୀ ସୂଚନା ଦେଇଥିଲେ ଯେ ସେ ଜୁଲାଇ ୨୬ରେ ‘ମନ କି ବାତ୍’ରେ ଦେଶକୁ ସମ୍ବୋଧିତ କରିବେ। ଏହି କାର୍ଯ୍ୟକ୍ରମରେ ପାଇଁ ସେ ପରାମର୍ଶ ମଧ୍ୟ ମାଗିଥିଲେ। ଏହା ତାଙ୍କର ରେଡିଓ କାର୍ଯ୍ୟକ୍ରମରେ ୬୭ତମ ପର୍ଯ୍ୟାୟ ହେବ | ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁନ୍ ୨୮ରେ ‘ମନ କି ବାତ୍’ କାର୍ଯ୍ୟକ୍ରମରେ ମାଧ୍ୟମରେ ଜନସାଧାରଣଙ୍କୁ ସମ୍ବୋଧିତ କରିଥିଲେ। ଜୁନ୍ ୨୮ର ‘ମନ କି ବାତ୍’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଲକଡାଉନ, ଅନଲକ୍ -୧ ଏବଂ ଚୀନ୍ ବିଷୟରେ କହିଥିଲେ। ତେବେ ଆଜି ପ୍ରଧାନମନ୍ତ୍ରୀ କେଉଁ କେଉଁ ବିଷୟରେ ଆଲୋଚନା କରିବେ, ତାହା ଉପରେ ସମସ୍ତଙ୍କ ନଜର ରହିଛି।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0