spot_img

ଦେଶରେ ଅଣାୟତ ହେଉଛି କରୋନା ସ୍ଥିତି

ଦିଲ୍ଲୀ: ଦେଶରେ ଦିନକୁ ଦିନ ବଢିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଦିନକରେ ୪,୬୭,୮୮୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମହାରାଷ୍ଟ୍ରରେ ସର୍ବାଧିକ ୩ ଲକ୍ଷ ୬୬ହଜାର ୮୬୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୧୩ ହଜାର ୩୮୯ ପହଞ୍ଚି ଯାଇଛି । ଏବେ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୮୫ହଜାର ୫୨୨ରେ ପହଞ୍ଚôଥିବା ବେଳେ ୩ ଲକ୍ଷ ୬୬ହଜାର ୩୬୮ ସକ୍ରିୟ ସଂକ୍ରାମକ ରହିଛନ୍ତି । ସେପଟେ ଦେଶରେ ୮ଲକ୍ଷ ୮୫ ହଜାର ୫୭୬ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ଜଣାପଡିଛି । ୨୪ ଘଣ୍ଟାରେ ଦେଶରେ ୭୦୫ ଜଣ କରୋନାରେ ମୃତ୍ୟୁ ବରଣ କରିଛନ୍ତି । ଏବେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୩୨ ହଜାର୬୩କୁ ବୃଦ୍ଧି ପାଇଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଣାଳୟ ତରଫରୁ ପ୍ରକାଶ କରାଯାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular