spot_img

ଉମରକୋଟରେ ବିଜୁ ଜନତା ଦଳର ମିଣ୍ରଣ ପର୍ବ

ଉମରକୋଟ: ଆଜି ଉମରକୋଟ ବିଜୁ ଜନତା ଦଳ ପକ୍ଷରୁ ୱାର୍ଡ ନମ୍ବର ୧୧ ,ଚଡ଼େଇଗୁଡା ଠାରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ବିଭିନ୍ନ ବିକାଶ ମୂଳକ କାର୍ୟ୍ୟ ରେ ଅନୁପ୍ରାଣିତ ହୋଇ ସାଂସଦ ପ୍ରତିନିଧି ପ୍ରମୋଦ ପାଢ଼ୀ ଙ୍କ ପରିଚାଳନା ରେ ଅନୁଷ୍ଠିତ ମିଶ୍ରଣ ପର୍ବ ରେ ବିଜେପି ର ୮୦ରୁ ଉର୍ଦ୍ଧ୍ବ କର୍ମୀ ବିଜୁ ଜନତା ଦଳ ଯୋଗ ଦେଇଥିଲେ । ଏଥିରେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ସମସ୍ତ ଙ୍କୁ ଉପଢ଼ୌକନ ଓ ପୁଷ୍ପ ଗୁଚ୍ଛ ଦେଇ ସ୍ବାଗତ କରିବା ସହ ଦଳରେ ସାମିଲ ହୋଇଥିଲେ ।ଏହି ମିଶ୍ରଣ ପର୍ବ ରେ ଚଢେଇଗୁଡ଼। ଗ୍ରାମ ର ଶ୍ରୀ ଗଣେଶ ସୁନା ଓ ଶଙ୍କର ନିଆଲ୍ ଙ୍କ ଦ୍ଵାରା ଗ୍ରାମ ବାସି ବିଜୁ ଜନତା ଦଳରେ ଯୋଗଦାନ କରିଥିଲେ । ଉମରକୋଟ ବିଧାୟକ ଙ୍କ ନିଜସ୍ବ ୱାର୍ଡ ରେ ଏହା ଦେଖିବାକୁ ମିଳିଥିଲା ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular