ଚିଲିକା: ଭୁବନେଶ୍ୱର ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ଆଜି ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳୀ ପରିଦର୍ଶନରେ ଆସି ପ୍ରଥମେ ବିଜେପି ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ବିଭୁତି ଭୂଷଣ ହରିଚନ୍ଦନ ଙ୍କ ଘରକୁ ଯାଇଥିଲେ l ପରେ ସେଠାରୁ ବାହାରି ଚିଲିକା ବ୍ଲକକୁ ଯାଇ ଲୋକଙ୍କ ସୁବିଧା ଅସୁବିଧା କଥା ପଚାରି ବୁଝିଥିଲେ l ସରକାରୀ ଅନୁଦାନ ତଥା ମଧୁବାବୁ ପେନସନ ଯୋଜନା ହେଉ କିମ୍ବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଅନ୍ତ୍ୟୋଦୟ ଯୋଜନା ହେଉ କିମ୍ବା ଖାଦ୍ୟ ଯୋଜନା ଠିକ ଭାବେ ଲୋକଙ୍କୁ ମିଳୁଛି କି ନାହିଁ ଏ ବିଷୟରେ ମଧ୍ୟ ପଚାରି ବୁଝିଥିଲେ l ସରକାରୀ ବାବୁ ମାନେ ଯେଉଁଭଳି ଭାବେ ସାଧାରଣ ଜନତାଙ୍କୁ ବିଭିନ୍ନ ପ୍ରକାର ତ୍ରୁଟି ଦର୍ଶାଇ ଏସବୁ ଯୋଜନାରୁ ବଞ୍ଚିତ କରୁଛନ୍ତି ଏବଂ ଅଭିଯୋଗ ପ୍ରକୋଷ୍ଠ ଥାଇ ମଧ୍ୟ ଜନତାଙ୍କ ଅଭିଯୋଗକୁ କୌଣସି କାର୍ୟ୍ୟାନୁଷ୍ଠାନ ନିଆଯାଉ ନାହିଁ l ଏସବୁ ସମସ୍ୟା ଆଗାମୀ ଦିନରେ ଯେମିତି ଦେଖିବାକୁ ନ ମିଳେ ତା ଉପରେ ଅଭିଭାଷଣ ରଖିଥିଲେ l ସେଠାରୁ ବାହାରି ବାଣପୁର ଅଭିମୁଖେ ବାହାରିଥିଲେ l ବାଣପୁର ରେ ପହଁଞ୍ଚି ଗଢ଼ା ଶ୍ରମିକ ସଂଘ ର ବାର୍ଷିକ ଅଧିବେଶନ ସଭାରେ ଯୋଗ ଦେଇଥିଲେ l ଏହି ସଭାରେ ମୁଖ୍ୟ ବକ୍ତା ରୂପେ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଶ୍ରୀ ପୃଥ୍ଵୀରାଜ ହରିଚନ୍ଦନ, ଗଢ଼ା ଶ୍ରମିକ ସଂଘର ସମ୍ପାଦକ ଶ୍ରୀ ଶିଶିର କୁମାର ମିଶ୍ର, ଭାରତୀୟ ମଜଦୁର ସଂଘର ସାଧାରଣ ସମ୍ପାଦକ ଶ୍ରୀ ବସନ୍ତ ସାହୁ ପ୍ରମୁଖ ଯୋଗ ଦେଇଥିଲେ l ଶ୍ରମିକ ମାନଙ୍କ ସମସ୍ୟା କଥା ପଚାରି ବୁଝିଥିଲେ l ଶ୍ରମିକ ମାନେ ଯେଉଁଭଳି ଭାବେ ନାନାଦି ପ୍ରକାର ଅସୁବିଧା ଦେଇ ଗତି କରୁଛନ୍ତି ତାହା ଯେପରି ପୁନରାବୃତ୍ତି ନହେଉ ସେ ଉପରେ ନିଜର ମତ ରଖିଥିଲେ l ପରେ ପରେ ବାଣପୁର NAC ଦ୍ୱାରା ଆୟୋଜିତ ଅଭିଯୋଗ ଶୁଣାଣି କେନ୍ଦ୍ରରେ ପହଁଞ୍ଚି ସାଧାରଣ ଜନତାଙ୍କ ଅଭିଯୋଗ ଗ୍ରହଣ କରିଥିଲେ l



Visitors Today : 2
Total Visitors : 130224
Total Views : 9891699
Visitors Online Now : 0