ବିଶ୍ୱର ସବୁଠୁ ଅଧିକ ପ୍ରଦୂଷିତ ରାଜଧାନୀ ହେଉଛି ନୂଆଦିଲ୍ଲୀ। ଏଭଳି ଏକ ତଥ୍ୟ ଏବେ ସାମ୍ନାକୁ ଆସିଛି। ଯାହା ସମସ୍ତଙ୍କୁ ଚିନ୍ତାରେ ପକାଇଦେଇଛି। ଏକ ରିପୋର୍ଟ ଅନୁସାରେ ବିଶ୍ୱର ସବୁଠାରୁ ପ୍ରଦୂଷିତ ରାଜଧାନୀ ମଧ୍ୟରେ ଦିଲ୍ଲୀର ନାଁ ଆଗରେ ରହିଛି । ସ୍ୱିସ୍ ସଙ୍ଗଠନ ପକ୍ଷରୁ ଜାରି କରାଯାଇଥିବା ଏୟାର କ୍ୱାଲିଟି ରିପୋର୍ଟ–୨୦୨୦ରେ ଏନେଇ ଉଲ୍ଲେଖ ରହିଛି। ସେହିପରି ବିଶ୍ୱର ସବୁଠାରୁ ଅଧିକ ପ୍ରଦୂଷିତ ୩୦ଟି ସହର ମଧ୍ୟରେ ଭାରତର ୨୨ଟି ସହର ରହିଛି। ଦିଲ୍ଲୀ ସବୁଠୁ ଉପରେ ରହିଛି। ଏହାପରେ ଢାକା ଏବଂ ଉଲାନବଟାର ରହିଛି। ଏହି ରିପୋର୍ଟ ଅନୁଯାୟୀ, ୨୦୧୯ ଅପେକ୍ଷା ୨୦୨୦ରେ ଦିଲ୍ଲୀରେ ବାୟୁର ଗୁଣବତ୍ତାରେ ୧୫ ପ୍ରତିଶତ ସୁଧାର ଆସିଛି। ଏହା ସତ୍ତ୍ୱେ ଦିଲ୍ଲୀ ସବୁଠାରୁ ପ୍ରଦୂଷିତ ସହର ତାଲିକାର ୧୦ମ ସ୍ଥାନରେ ରହିଛି। ଏଥିସହ ବିଶ୍ୱର ସବୁଠାରୁ ପ୍ରଦୂଷିତ ରାଜଧାନୀର ମାନ୍ୟତାକୁ ମଧ୍ୟ ବଜାୟ ରଖିଛି। ଗୁଣବତ୍ତାରେ ସୁଧାର ଆସିଥିଲେ ମଧ୍ୟ ଭାରତରେ ବାୟୁ ପ୍ରଦୂଷଣ ସ୍ଥିତି ବିପଦଜନକ ରହିଥିବା ରିପୋର୍ଟରେ କୁହାଯାଇଛି।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0