spot_img

ମାଲକାନଗିରି ସୀମାନ୍ତରେ ପୁଣି ମାଓ ହିଂସା

ମାଲକାନଗିରି : ମାଲକାନଗିରି ସୀମାନ୍ତରେ ପୁଣି ମାଓବାଦୀଙ୍କ ଲଙ୍କାକାଣ୍ଡ । ବିକାଶ କାମକୁ ବିରୋଧ କରି ଜାଳିଦେଲେ ୬ଟି ଗାଡି । ଘଟଣାସ୍ଥଳରେ ସୁରକ୍ଷାକର୍ମୀ ନିୟୋଜିତ ହୋଇଛନ୍ତି ।

ଖବର ଅନୁଯାୟୀ, ଛତିଶଗଡ଼ ବିଜାପୁର ଜିଲ୍ଲା ଫରେସଗୋଡ଼ ଥାନା ଅନ୍ତର୍ଗତ  ଆଦାବାଡା ଅଞ୍ଚଳରେ ଘଟଣା ଘଟିଛି ।  ରାସ୍ତା କାମରେ ନିୟୋଜିତ ହୋଇଥିବା ୬ଟି ଗାଡି ପୋଡି ପାଉଁଶ । ୨୦ରୁ ଅଧିକ ମାଓବାଦୀ ଆସି ଗାଡି ପୋଡ଼ି ଦେଇଥିବା ସୂଚନା ମିଳିଛି । ଗାଡି ପୋଡାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଛି । ଖବର ପାଇ ଘଟଣା ସ୍ଥଳକୁ ଡି.ଆର.ଜିର ଯବାନଙ୍କୁ ପଠା ଯାଇଥିବା ବିଜାପୁର ଏସ୍‌ପି କମଲ୍ ଲୋଚନ କାଶ୍ୟପ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular