ସାଉଥର ସୁପରଷ୍ଟାର ଯୋଡି ନାଗା ଚୈତନ୍ୟ ଏବଂ ସମନ୍ଥା ଅଲଗା ହୋଇଯାଇଛନ୍ତି। ତାଙ୍କ ବିବାହ ବିଚ୍ଛେଦ ହୋଇଛି। ଦୁହେଁ ଛାଡପତ୍ର ନେବେ ବୋଲି ଘୋଷଣା କରିଛନ୍ତି। ସୋଶାଲ ମିଡିଆରେ ଏହି ଦୁଇ ଷ୍ଟାରଙ୍କ ଛାଡପତ୍ରକୁ ନେଇ ଜୋରଦାର ଚର୍ଚ୍ଚା ଚାଲିଛି। ଏହାରି ଭିତରେ ଛାଡପତ୍ରକୁ ନେଇ ଜ୍ଞାନ ବାଣ୍ଟିଛନ୍ତି ବଲିଉଡର ପ୍ରସିଦ୍ଧ ନିର୍ଦ୍ଦେଶକ ରାମ ଗୋପାଲ ବର୍ମା। ରାମ ଗୋପାଳ ତାଙ୍କର ଆଉ ଏକ ଟ୍ୱିଟ୍ରେ ଲେଖିଛନ୍ତି, ‘ବିବାହ ନୁହେଁ ଛାଡପତ୍ରକୁ ସେଲିବ୍ରେଟ୍ କରାଯିବା ଉଚିତ। ବିବାହ ହେଉଛି ଏକ ମୃତ୍ୟୁ ଏବଂ ଛାଡପତ୍ର ପୁନର୍ଜନ୍ମ। ଏହି ଟୁଇଟ୍ ସହିତ ରାମ ଗୋପାଳ ଏକ ପୁରୁଣା ଭିଡିଓର ଲିଙ୍କ୍ ମଧ୍ୟ ଶେୟାର କରିଛନ୍ତି, ଯେଉଁଥିରେ ସେ ଏହି ସବୁ କଥା କହୁଥିବାର ନଜର ଆସିଛନ୍ତି।’ ବିବାହ ହେଉଛି ବ୍ରିଟିଶ ନିୟମ, ଆଉ ଛାଡପତ୍ର ସ୍ୱାଧୀନତା। ବିବାହ ହେଉଛି ହିଟଲର ଶାସନ, ଯାହା ଯୁଦ୍ଧକୁ ଜନ୍ମ ଦିଏ। ଛାଡପତ୍ର ହେଉଛି ଗାନ୍ଧିଜୀଙ୍କ ଦ୍ୱାରା ପ୍ରାପ୍ତ ସ୍ୱାଧୀନତା।’ ବିବାହ ଏକ ରୋଗ ଏବଂ ଛାଡପତ୍ର ଏକ ଉପଶମ। ବିବାହ ଅପେକ୍ଷା ଛାଡପତ୍ରକୁ ଅଧିକ ଉପଭୋଗ କରାଯିବା ଉଚିତ। ଅଧିକାଂଶ ବିବାହ ଖୁବ୍ କମ୍ ସମୟ ଧରି ଚାଲିଥାଏ। ଛାଡପତ୍ର ପରେ ମଧ୍ୟ ଏକ ସଙ୍ଗୀତ ମହୋତ୍ସବ କରିବା ଉଚିତ, ଯେଉଁଠାରେ ଛାଡପତ୍ର ନେଇଥିବା ଲୋକମାନେ ଏକାଠି ହୋଇ ନାଚି-ଗାଇ ଏହାକୁ ଉପଭୋଗ କରିପାରିବେ।’



Visitors Today : 1
Total Visitors : 130423
Total Views : 9891953
Visitors Online Now : 0