ଶନିବାର ଜ୍ୟାକି ଭାଗ୍ନାନୀଙ୍କ କାର୍ଯ୍ୟାଳୟ ଥିବା ବିଲ୍ଡିଂରେ ରଣବୀର କପୁର ଏବଂ ହ୍ରିତିକ ରୋଶନଙ୍କୁ ଦେଖିବା ପରେ ଏକାଧିକ କଳ୍ପନାଜଳ୍ପନା ଚାଲିଛି। ଖବର ମୁତାବକ ରଣବୀର କପୁର ଏବଂ ହ୍ରିତିକ ରୋଶନ ନୀତେଶ ତିୱାରୀଙ୍କ ରାମାୟଣରେ ରାମ ଓ ରାବଣର ଭୂମିକାରେ ଅବତୀର୍ଣ୍ଣ ହୋଇପାରନ୍ତି। ଫିଲ୍ମ ନିର୍ମାତାଙ୍କ କହିବା ଅନୁଯାୟୀ ଦୀପାବଳି ଅବସରରେ ରାମାୟଣର କାଷ୍ଟ ବିଷୟରେ ଏକ ଘୋଷଣା କରାଯିବ ବୋଲି ସେ କହିଛନ୍ତି। ଆସନ୍ତା ବର୍ଷ ଏହା ସିନେମା ହଲ୍ ରିଲିଜ କରିବା ନେଇ ଯୋଜନା ଚାଲିଛି। ତେବେ ଫିଲ୍ମରେ ସୀତା ଭୂମିକାରେ କିଏ ଅଭିନୟ କରିବେ ତାହା ଏଯାଏ ସ୍ପଷ୍ଟ ହୋଇନାହିଁ।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0