ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ ପମ୍ପାଲୋ ପଞ୍ଚାୟତ ଗଡ଼ବନ୍ତପୁର ଗ୍ରାମର ଗୀତା ଭୋଇ କିଛି ଦିନ ତଳେ ଚତୁର୍ଥ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ ଜ୍ଝ ଗୁରୁବାର ବିଳମ୍ବିତ ରାତିରେ ଗୀତାଙ୍କ ମୃତ୍ୟୁ ହୋଇଯାଇଥିଲା। ଗାଁ ସ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର କରାଯାଉଥିଲା। ମା ଛେଉଣ୍ଡ ହୋଇଗଲା ୧୫ ଦିନର ଶିଶୁ କ୍ଷ ଗୀତାଙ୍କ ଦୁଇ ଝିଅଙ୍କୁ ଚାଇଲଡଲାଇନ ଉଦ୍ଧାର କରିଛି ଜ୍ଝସୂଚନା ଅନୁଯାୟୀ ଗଡ଼ବନ୍ତପୁର ଗ୍ରାମରେ ବସବାସ କରୁଥିବା ଭଗବାନ ସାମଲଙ୍କ ୪ଟି କନ୍ୟା ସନ୍ତାନ । ୪ଝିଅଙ୍କ ନାମ ମାମୁନି ସାମଲ (୧୦), ପାପୁନି ସାମଲ (୭) ,ଶିବାନୀ ସାମଲ ( ୪ ) ହୋଇଥିବା ବେଳେ ୧୫ ଦିନ ତଳେ ଗୀତା ଜନ୍ମ ହୋଇଥିଲା ।ସନ୍ତାନ ଜନ୍ମ କରିବାର କିଛି ଦିନ ପରେ ଗୀତା ଅସୁସ୍ଥ ହୋଇପଡ଼ିଥିଲେ ଜ୍ଝ ଅସ୍ୱାସ୍ଥ୍ୟକର ପରିବେଶ ଏବଂ ଅର୍ଥାଭାବରୁ ଦୁର୍ବଳ ହୋଇ ସମ୍ପୂର୍ଣ ଶଯ୍ୟାଶାୟୀ ହୋଇ ପଡ଼ିଥିଲେ ସେଜ୍ଝ କିଛିଦିନ ତଳେ ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡ଼ଃ ମନୋରଞ୍ଜନ ହାତୀ, ବାଲିପାଟଣା ସିଡିପିଓ ସ୍ବର୍ଣ୍ଣଲତା ବେହେରା, ମାଆ ଏବଂ ଶିଶୁର ସ୍ୱାସ୍ଥ୍ୟ ଅବସ୍ଥା ତଦାରଖ କରିଥିଲେ ଜ୍ଝ ସ୍ୱାସ୍ଥ୍ୟକର୍ମୀ ପ୍ରତ୍ୟେକ ଗାଁକୁ ଯାଇ ସ୍ୱାସ୍ଥ୍ୟସେବା ଯୋଗାଉଥିଲେ ଜ୍ଝ ହେଲେ ମହିଳାଙ୍କୁ ବଞ୍ଚାଇବା ସମ୍ଭବ ହୋଇପାରି ନଥିଲା ଜ୍ଝ ଅନ୍ୟ ପକ୍ଷରେ ଭାଗବତ ପିଲାମାନଙ୍କୁ ଲାଳନ ପାଳନ କରିବା ପାଇଁ ଅକ୍ଷମ ଥିଲେ ଜ୍ଝସ୍ଥାନୀୟ ସ୍ୱାସ୍ଥ୍ୟକର୍ମୀ ଏବଂ ଅଙ୍ଗନୱାଡି ସୁପରଭାଇଜର ଉଷାରାଣୀ ଖାଡ଼ଙ୍ଗା ପ୍ରମ୍ମୁଖ ଚାଇଲଡ ଲାଇନର ସହଯୋଗ ଲୋଡିଥିଲେ ଜ୍ଝ ଜିଲ୍ଲା ଶିଶୁସୁରକ୍ଷା ଅଧିକାରୀ ବାଣିଶ୍ରୀ ପଟ୍ଟନାୟକଙ୍କ ନିର୍ଦେଶକ୍ରମେ ଆଜି କାଉନସିଲର ଇତିଶ୍ରୀ ଦାସ, ଟିମ ମେମ୍ବର ଚିତ୍ତରଞ୍ଜନ ଭୋଇ ପାପୁନି ଏବଂ ଶିବାନୀଙ୍କୁ ଉଦ୍ଧାର କରିଛନ୍ତି ଜ୍ଝ



Visitors Today : 0
Total Visitors : 130303
Total Views : 9891806
Visitors Online Now : 0