ଭୁବନେଶ୍ୱର : ପ୍ରକାଶ ପାଇଲା ଚଳିତବର୍ଷର ମାଟ୍ରିକ୍ ରେଜଲ୍ଟ । ଭିଡିଓ ରିଲିଜ ମାଧ୍ୟମରେ ପରୀକ୍ଷା ଫଳ ପ୍ରକାଶ କଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ଚଳିତବର୍ଷର ପାସ୍ହାର ୭୮.୭୬ ପ୍ରତିଶତ ରହିଛି । ଚଳିତ ବର୍ଷ ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ୍ ହାର ଅଧିକ ରହିଛି । ଛାତ୍ରୀଙ୍କ ପାସ୍ ହାର ୮୧.୯୮ ପ୍ରତିଶତ ଥିବା ବେଳେ ଛାତ୍ରଙ୍କ ପାସ୍ ହାର ୭୭.୦୮ ପ୍ରତିଶତ ରହିଛି । ଗ୍ରେଡ୍ -ଏ୧ରେ ୧୨୭୯ ଜଣ ଛାତ୍ରଛାତ୍ରୀ କୃତକାର୍ୟ୍ୟ ହୋଇଛନ୍ତି । ଗ୍ରେଡ୍-ଏ୨ରେ ୮୪୫୮, ଗ୍ରେଡ୍-ବି୧ରେ ୧୮୧୮୮, ଗ୍ରେଡ୍-ବି୨ରେ ୩୨୩୨୮, ଗ୍ରେଡ୍-ସି୧ରେ ୪୯୧୫୩ , ଗ୍ରେଡ୍-ଡି ୮୯୫୫୬ରେ ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ମୋଟ୍ ୪ଲକ୍ଷ ୨୧ ହଜାର ୨୫୬ ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ଚଳିତ ବର୍ଷ ରାଜ୍ୟର ପ୍ରାୟ ୫ ଲକ୍ଷ ୬୦ ହଜାର ପରୀକ୍ଷାର୍ଥୀ ମାଟ୍ରିକ୍ ପରୀକ୍ଷା ଦେଇଥିଲେ ।
ଦିନ ସାଢେ ୧୧ଟାରୁ ୨ଟି ୱେବସାଇଟ୍ ଓ ଝଗଝ ଜରିଆରେ ରେଜଲ୍ଟ ପାଇପାରିବେ ଛାତ୍ରଛାତ୍ରୀ । ଦୁଇଟି ଓ୍ବେବସାଇଟ୍ ଙ୍ଗଙ୍ଗଙ୍ଗ.ଭଗ୍ଦରକ୍ଟୟସଗ୍ଦଷବ.ବମ.ସଦ୍ଭ ଏବଂ ଙ୍ଗଙ୍ଗଙ୍ଗ.ଭଗ୍ଦରକ୍ଟୟସଗ୍ଦଷବ.ଦ୍ଭସମ.ସଦ୍ଭରେ ରେଜଲ୍ଟ ଉପଲବ୍ଧ ହେବ । ଝଗଝ ଜରିଆରେ ରେଜଲ୍ଟ ଜାଣିବା ପାଇଁ ଙଜ୦୧ ଲେଖି ସ୍ପେଶ୍ ଦେଇ ନିଜ ରୋଲ୍ ନମ୍ଵର ଲେଖି ୫୬୭୬୭୫୦କୁ ଏସ୍ଏମ୍ଏସ୍ କଲେ ରେଜଲ୍ଟ ଜାଣିପାରିବେ ଛାତ୍ରଛାତ୍ରୀ । ତେବେ ଛାତ୍ରଛାତ୍ରୀମାନେ ରେଜଲ୍ଟ ସମ୍ବନ୍ଧୀୟ ତଥ୍ୟ ପାଇଁ ବୋର୍ଡ ପକ୍ଷରୁ କଣ୍ଟ୍ରୋଲ୍ ରୁମ୍ ଖୋଲାଯିବ । ଅଗଷ୍ଟ ୧୦ ତାରିଖ ପର୍ୟ୍ୟନ୍ତ ଦିନ ୧୧ଟାରୁ ଅପରାହ୍ନ ୪ଟା ପର୍ୟ୍ୟନ୍ତ ଏହି କଣ୍ଟ୍ରୋଲ ରୁମ୍ ଖୋଲା ରହିବ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0