ମୟୂରଭଞ୍ଜ : ମୟୂରଭଞ୍ଜ ଜିଲ୍ଲା ବିଜାତଳା ବ୍ଲକ ଅଞ୍ଚଳରେ ଜୋରିମାନା ଆଦାୟ ନେଇ ତହସିଲଦାର ଓ ଚାହା ଦୋକାନୀ ମଧ୍ୟରେ ଗଣ୍ଡଗୋଳ ଦେଖିବାକୁ ମିଳିଛି । ଦୁଇ ପକ୍ଷଙ୍କ ପକ୍ଷରୁ ଥାନାରେ ମାମଲା ରୁଜୁ।
ସୂଚନା ଅନୁଯାୟୀ, ବିଜାତଳା ତହସିଲଦାର ଲଲାଟେନ୍ଦୁ ସି ବିଜାତଳା ବଜାରର ଚା ଦୋକାନୀ ଆନନ୍ଦ ପାତ୍ରଙ୍କୁ ଏକ ନୋଟିସ କରିଥିଲେ। ବିଜାତଳା ତହସିଲଦାର ଲଲାଟେନ୍ଦୁ ସିଙ୍କ ଲିଖିତ ଅଭିଯୋଗ ଅନୁଯାୟୀ, ଆନନ୍ଦ ପାତ୍ର ତହସିଲ କାର୍ଯ୍ୟାଳୟକୁ ଆସି ନୋଟିସ ଚିରି ଦେବା ସହିତ ଫାଇନ୍ ଟଙ୍କା ଦେବେ ନାହିଁ ବୋଲି କହିଥିଲେ । ଏପରିକି କି ଖରାପ ଭାଷାରେ ଗାଳିଗୁଲଜ ଏବଂ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ସେହିପରି ଆନନ୍ଦ ପାତ୍ରଙ୍କ ଅଭିଯୋଗ ଅନୁଯାୟୀ , ସେ ତହସିଲ କାର୍ଯ୍ୟାଳୟ ଯାଇଥିବା ବେଳେ ସେଠାରେ ତହସିଲଦାର ତାଙ୍କୁ ମାରପିଟ୍, ମୋବାଇଲ ଛଡେଇ ନେବା, ଜୀବନରୁ ମାରିଦେବାର ଧମକ ଦେଇଥିଲେ । ଏପିରିକି ଗୋଟିଏ କୋଠରୀରେ ବନ୍ଦ କରି ରଖିଥିବା ଅଭିଯୋଗ କରିଥିବା ବେଳେ ତାଙ୍କୁ ଗ୍ରାମରକ୍ଷୀ ଜଣକ ଉଦ୍ଧାର କରିଥିବା କହିଛନ୍ତି ଆନନ୍ଦ ପାତ୍ର। ତେବେ ଦୁଇ ପକ୍ଷଙ୍କ ଅଭିଯୋଗ ପରେ ରାଇରଙ୍ଗପୁର ଏସଡିପିଓଙ୍କ ତତ୍ବାବଧାନରେ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0