କୋରାପୁଟ ଜିଲ୍ଲା ବୈପାରୀଗୁଡା ଥାନା ଅନ୍ତର୍ଗତ ଗୁଣ୍ଠାଗୁଡା ଛକ ଠାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଗୁରୁବାର ବିଳମ୍ବିତ ରାତିରେ ଜେଏମସି ମେଗା ଜଳ ପ୍ରକଳ୍ପ ଠାରେ ଜଣେ ଯୁବକ ପହଞ୍ଚି ସେଠାରେ କାର୍ଯ୍ୟରତ ଥିବା ସୁରକ୍ଷାକର୍ମୀଙ୍କୁ ଆକ୍ରମଣ କରିବା ସହ ପ୍ରକଳ୍ପ ମ୍ୟାନେଜରଙ୍କୁ ମଧ୍ୟ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଥିଲେ । ତା ସହିତ ଏକ ଲକ୍ଷ ଟଙ୍କା ଦେବାକୁ ଧମକ ଦେଇଥିଲେ । ଏନେଇ ସେମାନେ ବୈପାରୀଗୁଡା ଥାନାରେ ଏତଲା ଦେଇଥିଲେ । ଉକ୍ତ ଯୁବକ ଜଣକ ହେଉଛନ୍ତି ଗୁଣ୍ଠାଗୁଡା ଗ୍ରାମର ମନୋଜ ବାରିକ । ଏତଲା ଅନୁସାରେ ମନୋଜଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଶ୍ରୀ ଇଶ୍ୱର ତାଣ୍ଡି ପ୍ରକାଶ କରିଛନ୍ତି ।



Visitors Today : 1
Total Visitors : 130170
Total Views : 9891616
Visitors Online Now : 0