ସିଡନୀ: ଅଷ୍ଟ୍ରେଲିଆ ଦ୍ରୁତ ବୋଲର ମିଚେଲ ଷ୍ଟାର୍କ ଆହତ ହୋଇଛନ୍ତି । ପ୍ରଥମ ଦୁଇଟି ଦିନିକିଆ ମ୍ୟାଚରେ ମିଚେଲ ଷ୍ଟାର୍କ ଭଲ ପ୍ରଦର୍ଶନ କରିପାରିନଥିଲେ । ତେବେ ଦ୍ୱିତୀୟ ମ୍ୟାଚରେ ସେ ପିଠି ଓ ପଞ୍ଜରାରେ ଯନ୍ତ୍ରଣା ଅନୁଭବ କରିଥିଲେ । ଏହା ପୂର୍ବରୁ ଘରୋଇ ଦଳର ବିସ୍ପୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନର ଆହତ ହୋଇଥିଲେ । ଅନ୍ୟପଟେ ମେଡିକାଲ ଷ୍ଟାଫ ତାଙ୍କୁ କିଛିଦିନ ବିଶ୍ରାମ ଦେବାକୁ ପରାମର୍ଶ ଦେଇଥିବାର ସୂଚନା ମିଳିଛି । ଫଳରେ କାଲି ଠାରୁ ଆରମ୍ଭ ହେବାକୁ ଥିବା ଟି-୨୦ ସିରିଜରେ ସେ ଖେଳିବାର ସମ୍ଭାବନା ନାହିଁ ।



Visitors Today : 0
Total Visitors : 130175
Total Views : 9891622
Visitors Online Now : 0