ୱାସିଂଟନ: ଭାରତର କୃଷକ ଆନ୍ଦୋଳନ ବର୍ତ୍ତମାନ ଆମେରିକାରେ ରାଜନୈତିକ ପ୍ରସଙ୍ଗ ପାଲଟିବାରେ ଳାଗିଛି । ଏନେଇ ୭ ଜଣ ଆମେରିକୀୟ ସାଂସଦ ମାଇକ ପମ୍ପେୟୋଙ୍କୁ ପତ୍ର ଲେଖିଛନ୍ତି । ଯେଉଁମାନଙ୍କ ମଧ୍ୟ ଭାରତୀୟ ବଂଶୋଦଭବ ସାଂସଦ ପ୍ରମିଳା ଜୟପାଲ ମଧ୍ୟ ଥିବା ଜଣାପଡିଛି। ପତ୍ରରେ ସାଂସଦମାନେ ପ୍ରସଙ୍ଗକୁ ଭାରତ ସରକରଙ୍କ ସମ୍ମୁଖରେ ଉପସ୍ଥାପନ କରିବାକୁ ପମ୍ପେୟୋଙ୍କୁ ଅନୁରୋଧ କରିଛନ୍ତି। ଗତ ଡିସେମ୍ବର ୨୩ରେ ସାଂସଦମାନେ ପମ୍ପେୟୋଙ୍କୁ ଲେଖିଥିବା ପତ୍ରରେ ଭାରତର ଏହି ଆନ୍ଦୋଳନ ପଞ୍ଜାବ ସହ ସମ୍ପର୍କିତ। ଏଣୁ ପଞ୍ଜାବ ସମ୍ପର୍କିତ ଶିଖ୍ ଆମେରିକୀୟ ଏଥିଲାଗି ଉଦବେଗରେ ଅଛନ୍ତି। କେବଳ ଶିଖ ନୁହନ୍ତି ଦେଶରେ ବସବାସ କରୁଥିବ ଅନେକ ଭାରତୀୟ ଆମେରିକୀୟ ଏଥିଯୋଗୁ ସିଧାଶଳଖ ପ୍ରଭାବିତ ହେଉଥିବାର ସେମାନେ ଚିଠିରେ ସୂଚିତ କରିଛନ୍ତି।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0