କେନ୍ଦ୍ରାପଡା: ରାଜନଗର-ଭିତରକନିକା ମୁଖ୍ୟ ରାସ୍ତାର ଜରିମୂଳ ଛକରେ ସଡକ ଦୁର୍ଘଟଣା । ରାସ୍ତାରେ ଚାଲି ଯାଉଥିବା ସମୟରେ ବୃଦ୍ଧଙ୍କୁ ଧକ୍କା ଦେଲା ବାଇକ । ସଡକ ଦୁର୍ଘଟଣାରେ ବୃଦ୍ଧ ମୃତ,ବାଇକ ଆରୋହୀ ଗୁରୁତର । ଘଟଣାସ୍ଥଳରୁ ଦୁହିଁଙ୍କୁ ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣାଯାଇଥିଲା ସେଠାରେ ଡାକ୍ତର ବୃଦ୍ଧଙ୍କୁ ମୃତ ଘୋଷଣା କରିଥିଲେ । ମୃତକ ହେଲେ ସ୍ଥାନୀୟ ଯଦୁଚନ୍ଦ୍ରପୁର ଗ୍ରାମର ଶଙ୍କରଶଣ ରାଉଳ,ଗୁରୁତର ହେଲେ ସ୍ଥାନୀୟ ଢୋଲମରା ଗ୍ରାମର ପ୍ରତାପ ସାମଲ । ପ୍ରତାପଙ୍କୁ ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରିବା ପରେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି ।



Visitors Today : 0
Total Visitors : 130169
Total Views : 9891615
Visitors Online Now : 0