spot_img

ଇସ୍ପାତ କାରଖାନା ନେଇ ପ୍ରସ୍ତୁତି ବୈଠକ

କେନ୍ଦୁଝର : କେନ୍ଦୁଝର ପ୍ରେସ ଫୋର୍ମ ଆବାହନରେ ବୃହତ ଇସ୍ପାତ କରାଖାନା ନେଇ ପ୍ରସ୍ତୁତି ବୈଠକ । କେଦୁଝରର ବିଭିନ୍ନ ସଂଗଠନକୁ ନେଇ ଏକ ୭୦ ଜଣିଆ ଟିମ ପ୍ରସ୍ତୁତ କରାଯାଇଛି , ଆଗାମୀ ଦିନରେ ଏହି ଟିମ କୁ ସମ୍ପ୍ରସାରଣ କରି ଏକ ବୃହତ ଟିମ ହେବା ନେଇ ସୂଚନା ଦିଆଯାଇଛି । ବୈଠକରେ ବିଭିନ୍ନ ରାଜନୈତିକ ସଂଗଠନ, ସାମ୍ବାଦିକ ସଂଘ, ସ୍ୱେଚ୍ଛାସେବୀ ସଂଗଠନ, ଶ୍ରମିକ ସଂଗଠନ, ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ ସଦସ୍ୟ ମାନେ ଇସ୍ପାତ କାରଖାନା ପ୍ରତିଷ୍ଠା ନେଇ ଆଗକୁ ହେବାକୁ ଥିବା ଆନ୍ଦୋଳନ ଉପରେ ମତ ଉପସ୍ଥାପନ କରିଥିଲେ । ଏହାସହ ଏହି ବୈଠକରେ ସମସ୍ତ ରାଜନୈତିକ ଦଳର ନେତୃମଣ୍ଡଳୀ, ବୁଦ୍ଧିଜୀବି, ସମାଜ ସେବୀ, ସାମ୍ବାଦିକ , ମହିଳା ଓ ଯୁବପିଢ଼ି , ବିଭିନ୍ନ ସ୍ବେଛାସେବୀ ସଙ୍ଗଠନ ଯୋଗ ଦେଇ କେନ୍ଦୁଝରରେ ବୃହତ ଇସ୍ପାତ କାରଖାନା ପ୍ରତିଷ୍ଠା ପାଇଁ ମତ ଉପସ୍ଥାପନ କରିଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular