ଟେଲିଭିଜନ ଏବଂ ଫିଲ୍ମରେ ଅଭିନୟ କରୁଥିବା ବହୁ ଶିଶୁ କଳାକାର ଇଣ୍ଡଷ୍ଟ୍ରୀରୁ ଦୁରେଇବାକୁ ଲାଗିଲେଣି । ପୁର୍ବ ଭଳି ତାଙ୍କ ପାଖରେ ଆଉ ଅଫର୍ ନାହିଁ । ସେତେବେଳେ ସେମାନଙ୍କ ଅଭିନୟ ଏତେ ନୁଖୁଣ ଥିଲା ଯେ, ସମସ୍ତେ ସେମାନଙ୍କ ଅଭିନୟକୁ ବହୁ ପ୍ରଶଂସା କରୁଥିଲେ । ସମସ୍ତେ ଭାବୁଥିଲେ ଆଗକୁ ଯାଇ ସେମାନେ ବଲିଉଡ୍ ରେ ଭଲ ନାଁ କମେଇବେ । କିନ୍ତୁ ତାହା ଓଲଟା ହେବାର ଦେଖିବାକୁ ମିଳୁଛି ।
ସମୟ ତ ଗଡି ଚାଲିଛି ହେଲେ ସମୟ ସହ ଏହି ଶିଶୁ କଳାକାରଙ୍କୁ ସମସ୍ତେ ଭୁଲିବାକୁ ବସିଲେଣି । ଆସନ୍ତୁ ଜାଣିବା କେଉଁ ମାନେ ସେହି ପେଂମସ୍ ଶିଶୁ କଳାକାର ଯାହାକୁ ଇଣ୍ଡଷ୍ଟ୍ରିରେ ଆଜି ଲୋକେ ଦେଖିବାକୁ ପାଉନାହାଁନ୍ତି ।
ଆଦିତ୍ୟ କାପାଡ଼ିଆ

ଆପଣ ମାନଙ୍କ ମନେ ଥିବ ଫେମସ୍ ଟିଭି ସିରିଏଲ୍ ‘ସାକା ଲାକା ବୁମ୍ ବୁମ୍’ ର ‘ଝୁମ୍ରୁ’ ଚରିତ୍ର । ଏଥିରେ ଅଭିନୟ କରୁଥିବା ଶିଶୁ କଳାକାର ହେଲେ ଆଦିତ୍ୟ କାପାଡ଼ିଆ । ଏହି ଧାରାବାହିକରେ ଅଭିନୟ କରିବା ପରେ ପରେ କିଛି ଫିଲ୍ଲରେ ଅଭିନୟ କରିଥିଲେ । ଫିଲ୍ମ ‘ଯାନ୍ୱର’୍ ରେ ଅକ୍ଷୟ କୁମାରଙ୍କ ସହ ସେ ନଜର ଆସିଥିଲେ । ଏହା ପରଠାରୁ ଆଦିତ୍ୟ ଧିରେ ଧିରେ ପରଦାରୁ ଉଭାନ ହେବାକୁ ଲାଗିଲେ । ୩୩ ବର୍ଷର ଆଦିତ୍ୟ କୋଲର୍ସ ଟିଭି ସିଲିଏଲ୍ ରେ ନଜର ଆସିଥିଲେ । ଏହା ପରେ ଏବେ ସେ ସୋସିଆଲ ମିଡ଼ିଆରେ ହିଁ ଦେଖିବାକୁ ମିଳୁଛନ୍ତି ।
ଅମିତେଶ୍ କୋଚର୍

ନବେ ଶତକର ଫେମସ୍ ଟେଲିଭିଜନ୍ ସିରିଏଲ୍ ‘ଶକ୍ତିମାନ୍’ ରେ ଲୋକଙ୍କୁ ଦିବାନା କରିଥିବା ଏବଂ ଏହାର ପରେ ଲୋକଙ୍କୁ ‘ଜୁନିୟର – ଜି’ ଧାରାବାହିକରେ ଅଭିନୟ କରି ରାତାରାତି ସୁପରଷ୍ଟାର ବନିଯାଇଥିଲେ । ସେ ହେଉଛନ୍ତି ଅମିତେଶ୍ କୋଚର୍ । ଯିଏ ସେହି ସମୟରେ ପିଲାଙ୍କ ପାଇଁ ଶକ୍ତିମାନ ଏବଂ ଜୁନୟର- ଜି ଥିଲେ । ଆଜି ସେ ଇଷ୍ଟରୀ୍ର ଠାରୁ ପୁରାପୁରୀ ଗାଏବ୍ ହୋଇଯାଇଛନ୍ତି ।
ଦରସିଲ୍ ସାଫାରୀ

ଦରସିଲ ସାଫାରୀ ଯିଏ, ଅମିର ଖାନ୍ଙ୍କ ସହ ନିଜର ଡ଼େବୁ୍ୟ ଫିଲ୍ମ ‘ତାରେ ଜମିପର୍’ କରିଥିଲେ । ୨୦୦୭ ରେ ଏହି ଫିଲ୍ମଟି ରିଲିଜ ହୋଇଥିଲା । ଦରସିଲ ନିଜ ପଢା ଶେଷ କରିବା ପରେ ଇଣ୍ଡଷ୍ଟ୍ରୀ କୁ ରିଟନ୍ କରିଥିଲେ । ୨୦୧୫-୧୬ ରେ ଥିଏଟର ଜଏନ୍ କରିଥିଲେ । ଏହା ପରେ ସେ ‘କ୍ୟାନ୍ ଆଇ ହ୍ୟାଲ୍ପ ୟୁ’ ପ୍ଲେ ରେ ଅଭିନୟ କରିଥିଲେ । ବର୍ତମାନ ସେ ୨୩ ବର୍ଷରେ ବଦାର୍ପଣ କରିସାରିଲେଣି କିନ୍ତିୁ କୋଣସି ବଡ଼ ପ୍ରଜେକ୍ଟରେ କାମ କରିପାରି ନାହାଁନ୍ତି ।
ତନ୍ବି ହେଗ୍ଡ଼େ

ମାତ୍ର ୩ ବର୍ଷ ବୟସରୁ ତନ୍ବି ନିଜର ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ । ‘ସୋନ୍ ପରୀ’ ଧାରାବାହି କରେ ଫ୍ରୁଟି ଚରିତ୍ରରେ ସେ ଅଭିନୟ କରି ସମସ୍ତଙ୍କ ପ୍ରିୟ ଭାଜନ ହୋଇପାରିଥିଲେ । ଏହା ସହ ସେ ‘ସାକାଲାକା ବୁମ୍ ବୁମ୍’ ଧାରାବାହିକରେ ମଧ୍ୟ ନଜର ଆସିଥିଲେ । ଏହା ପରେ ସେ ସଂଜୟ ଦତ୍୍ଙ୍କ ‘ପିତା’ ଫଲ୍ମରେ ଏକ ଜବରଦସ୍ତ ଚରିତ୍ରରେ ଦେଖିବାକୁ ମିଳିଥିଲେ । ଏହା ପରଠାରୁ ସେ ଆଉ ଇଣ୍ଡଷ୍ଟ୍ରୀ ରେ ଦେଖିବାକୁ ମିଳୁନାହାଁନ୍ତି । କେବଳ ସୋସିଆଲ ମିଡ଼ିଆରେ ହିଁ ଆକ୍ଟିଭ୍ ରହୁଛନ୍ତି ।
ପରଜାନ୍ ଦସ୍ତୁର

‘କୁଚ୍ କୁଚ୍ ହୋତା ହେ’ ଫିଲ୍ମରେ ଛୋଟେ ସରଦାର୍ ଭୁମିକାରେ ଏବଂ ସବୁବେଳେ ତାରା ଗଣୁୂଥିବାର ସମସ୍ତଙ୍କ ଦୃଷ୍ଟି ଅକଷର୍୍ଣ କରିଥିଲେ ପରଜାନ । ସେହି ଛୋଟେ ସରଦାର ଏବେ ଏତେ ବଡ଼ ହୋଇଗଲେଣି ଯେ ଆଉ କିଛି ଦିନ ପରେ ସେ ମଧ୍ୟ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯିବେ । ଶେଷ ଥର ପାଇଁ ସେ ଫିଲ୍ପ ‘ବ୍ରେକ’ ରେ ନଜର ଆସିଥିଲେ । ଏହା ପରେ ୨୦୧୭ ରେ ଏକ ସୋଟ୍ ଫଲ୍ମରେ ନଜର ଆସିଥିଲେ ।
ଆୟଷା କପୁର୍

ସଂଜୟ ଲିଲା ଭନ୍ସାଲି ଙ୍କ ଫିଲ୍ମ ‘ବ୍ଲାକ’ ରେ ଶିଶୁ କଳାକାର ଭାବେ ଅଭିନୟ କରିଥିଲେ ଆୟଷା । ଏହି ଫିଲ୍ମ ପାଇଁ ତାଙ୍କୁ ବେଷ୍ଟ ସପଟିଙ୍ଗ ଆକ୍ଟରର ଆୱାର୍ଡ଼ ମିଳିବା ସହ ଅନ୍ୟ ବହୁ ଆଓାର୍ଡ଼ ମିଳିଥିଲା । ୨୦୦୯ ରେ ସେ ‘ ସିକନ୍ଦର’ ଫିଲ୍ମରେ ନଜର ଆସିଥିଲେ । ଏହା ପରଠାରୁ ଫିଲ୍ମ ଇଣ୍ଡଷ୍ଟ୍ରୀ ରେ ଆଉ ନଜର ଆସିନାହାଁନ୍ତି । ଆୟଷା ଅଭିନେତ୍ରୀ ହେବା ସହ ଜଣେ ହ୍ୟାଲଥ୍ ଏକ୍ସର୍ଟ ମଧ୍ୟ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0