spot_img

ପୁଣି କେରଲା ବ୍ଲାଷ୍ଟର ପରିଚୟ ଫେରାଇବେ ଭିକୁନା !

ନୂଆଦିଲ୍ଲୀ: ଭାରତୀୟ ସୁପର ଲିଗର ଏକ ଲୋକପ୍ରିୟତା ଦଳ ହେଉଛି କେରଳା ବ୍ଲାଷ୍ଟର । ନିଜର ଖେଳାଳୀ ଏବଂ ପ୍ରଦର୍ଶନକୁ ନେଇ ବେଶ ଚର୍ଚ୍ଚାରେ ରହିଥାଏ କେରଳା ବ୍ଲାଷ୍ଟର । ତେବେ ଚଳିତ ବର୍ଷ ୨୨ ଅପ୍ରେଲରେ କିବୁ ଭିକୁନା ଏହି ଦଳର ମୁଖ୍ୟ ମ୍ୟାନେଜର ଭାବରେ ଯୋଗ ଦେଇଥିଲେ । ତାଙ୍କର ଦଳରେ ଯୋଗ ଦେବା ପରେ ଫୁଟବଲ ପ୍ରେମୀମାନେ କେରଳା ବ୍ଲାଷ୍ଟରର ପରିଚୟ ପୁଣି ଫେରାଇବାର ଆଶବାନ୍ଧିଲେ । ଅନ୍ୟପଟେ ଲିଗର ପ୍ରାରମ୍ଭ ବର୍ଷ କେରଲା ବ୍ଲାଷ୍ଟର ଭଲ ପ୍ରଦର୍ଶନ କରି ଫାଇନାଲରେ ପ୍ରବେଶ କରିଥିଲା । କିନ୍ତୁ ପରବର୍ତ୍ତୀ ବର୍ଷ ଗୁଡିକରେ ଦିନକୁ ଦିନ ତା’ର ପ୍ରଦର୍ଶନ ଖରାଫ ହେବାରେ ଲାଗିଲା । ଯାହାକି ଫୁଟବଲ ପ୍ରେମୀଙ୍କ ମନରେ ଘୋର ଆଘାତ ସୃଷ୍ଟି ହୋଇଥିଲା । ତେବେ ଦଳରେ ଭିକୁନାଙ୍କ ଉପସ୍ଥତି ପୁଣିଥରେ ଦଳର ପ୍ରଦର୍ଶନକୁ ଭଲ କରିବ ବୋଲି ବିଶେଷଜ୍ଞ ମତ ରଖିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular