ସୁନ୍ଦରଗଡ଼ : ପୁଣି ନିଖୋଜ ହେଲେ ବିରଜୁ କୁଲୁ । ପାକିସ୍ତାନ ଲାହୋର ଜେଲ୍ ରେ ୨୦ ବର୍ଷ ବନ୍ଦୀ ଜୀବନ କାଟି ଗାଁକୁ ଫେରିଥିବା ବିରଜୁ କୁଲୁ ପୁଣି ନିଖୋଜ । ସେ ଶନିବାର ରାତି ଗୋଟାଏରୁ କେଉଁ ଆଡେ ନିଖୋଜ ହୋଇଯାଇଛି। ବହୁତ ଖୋଜା ଖେଜି କରି ବିରଜୁକୁ ପାଇନାହାଁନ୍ତିି ତାଙ୍କ ଭଉଣୀ । ଶେଷରେ ନିରାଶ ହୋଇ ରବିବାର ଅପରାହ୍ନରେ କୁତ୍ର। ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ତାଙ୍କ ଭଉଣୀ । ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ବିରଜୁଙ୍କ ଫଟୋ ଆଖପାଖ ଥାନାକୁ ପଠାଇଛି। ଏପରିକି ସୀମାବର୍ତ୍ତୀ ଛତିଶଗଡ଼ ରାଜ୍ୟର ଥାନାକୁ ମଧ୍ୟ ଖବର ଦିଆଯାଇଥିବା ସୁନ୍ଦରଗଡ଼ ଏସ୍ପି କହିଛନ୍ତି। ୨୫ ବର୍ଷ ଧରି ନିଖୋଜ ହେବା ପରେ ଗତବର୍ଷ ଜଣାପଡ଼ିଥିଲା ବିରଜୁ ପାକିସ୍ତାନ ଜେଲ୍ରେ ବନ୍ଦୀ ଅଛନ୍ତି। ପରେ ତାଙ୍କୁ ଉଦ୍ଧାର ପାଇଁ ଆରମ୍ଭ ହୋଇଥିଲା ପ୍ରକ୍ରିୟା । ଗତ ଅକ୍ଟୋବର ୨୬ ତାରିଖରେ ପାକିସ୍ତାନ ଜେଲରୁ ମୁକୁଳିବା ପରେ ବିରଜୁଙ୍କୁ ପ୍ରଥମେ ପଞ୍ଜାବ ଅମୃତସରର ଏକ କୋଭିଡ୍ ସେଣ୍ଟରରେ ରଖାଯାଇଥିଲା। ଏହାପରେ ଖବର ପାଇ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କୁ ଗାଁକୁ ଅଣାଯାଇଥିଲା। ସେ ସୁନ୍ଦରଗଡ ଜିଲ୍ଲା କୁତ୍ରା ବ୍ଲକ ଅନ୍ତର୍ଗତ କଟଙ୍ଗ ଜଙ୍ଗାଟୋଲି ଗାଁରେ ରହୁଥିଲେ। କିନ୍ତୁ ତାଙ୍କ ମାନସିକ ଅବସ୍ଥା ଭଲ ନଥିଲା। ଜିଲ୍ଲା ପ୍ରଶାସନ ପକ୍ଷରୁ ନିୟୋଜିତ ମେଡିକାଲ୍ ଟିମ୍ ପ୍ରତିଦିନ ଚେକ୍ଅପ୍ କରୁଥିଲା। ଏହା ସତ୍ତ୍ୱେ ସେ ଗତକାଲିଠାରୁ ନିଖୋଜ ହୋଇ ଯାଇଛନ୍ତି।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0