ନୂଆଦିଲ୍ଲୀ: ଟୀକା କରଣ ପାଇଁ ପଞ୍ଜୀକରଣ ଜରୁରୀ । ଦେଶବ୍ୟାପି କୋଭିଡ-୧୯ ଟିକାକରଣ ଲାଗି ନିର୍ଦ୍ଦିଷ୍ଟ ତାରିଖ ଧାର୍ଯ୍ୟ ହୋଇ ନ ଥିଲେ ମଧ୍ୟ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗାଇଡଲାଇନ ଜାରି ହୋଇଛି । ଟିକା ନେବାକୁ ହେଲେ ଆଗୁଆ ନାମ ପଞ୍ଜିକରଣ ଜରୁରୀ । ରାଜ୍ୟଗୁଡିକୁ ପଠାଯାଇଥିବା ଗାଇଡଲାଇନ ଅନୁଯାୟୀ ଟିକା ନେବା ପାଇଁ ଡିଜିଟାଲ ପ୍ଲାଟଫର୍ମ କୋଭିଡ ଭାକ୍ସିନ ଇଣ୍ଟେଲିଜେନ୍ସ ନେଟୱାର୍କ ସିଷ୍ଟମରେ ଜନସାଧାରଣ ନିଜକୁ ପଞ୍ଜୀକୃତ କରିପାରିବେ । ଏଥିପାଇଁ ଭୋଟର ପରିଚୟପତ୍ର , ଆଧାର କାର୍ଡ, ଡ୍ରାଇଭିଂ ଲାଇସେନ୍ସ ପାସପୋର୍ଟ, ପେନସନ କାଗଜପତ୍ର ଆଦି ୧୨ଟି ପରିଚୟ ପ୍ରମାଣ ପତ୍ର ଆଦିକୁ ବ୍ୟବହାର କରାଯାଇପାରିବ । ପୃ୍ଜୀକୃତ ହୋଇଥିବା ହିତାଧିକାରୀଙ୍କୁ ଚିହ୍ନଟ କରିବା ପାଇଁ ସିଓ-ଡବ୍ଲୁ୍ୟଆଇଏନ ସିଷ୍ଟମକୁ ବ୍ୟବହାର କରାଯିବ । ବିଭିନ୍ନ କମ୍ପାନୀର ଟିକା ଯେପରି ପରସ୍ପର ମଧ୍ୟରେ ନ ମିଶେ , ସେଥିପାଇଁ ଗୋଟିଏ ଜିଲ୍ଳାକୁ ଗୋଟିଏ କମ୍ପାନୀର ଟିକା ପଠାଯିବ । ଟିକା ଓ ଏହାକୁ ନିଆଯାଇଥିବା କେରିୟର, ଆଇସ୍ ପ୍ୟାକ ଆଦିରେ ଯେପରି ସୂର୍ଯ୍ୟକିରଣ ନ ପଡେ ସେଥିପ୍ରତି ଦୃଷ୍ଟି ଦେବାକୁ ହେବ। ସେହିପରି ଟିକାର ପ୍ରତିକୂଳ ପ୍ରଭାବ ନେଇ ରହିଥିବା ଆଶଙ୍କାକୁ ମଧ୍ୟ ଦୂର କରାଯିବା ଆବଶ୍ୟକ ବୋଲି ଗାଇଡଳାଇନରେ କୁହାଯାଇଛି । ପ୍ରଥମେ ସ୍ୱାସ୍ଥ୍ୟକର୍ମୀ, ଆଗଧାଡିର କର୍ମଚାରୀ ଏବଂ ୫୦ ବର୍ଷରୁ ଉଦ୍ଧ୍ୱର୍ ଏବଂ ବିଭିନ୍ନ ରୋଗ ଥିବା ବ୍ୟକ୍ତିଙ୍କୁ ଟିକା ଦିଆଯିବ ।



Visitors Today : 6
Total Visitors : 130175
Total Views : 9891622
Visitors Online Now : 0