ସୁନୀଲ ଛେତ୍ରୀଙ୍କୁ କରୋନା । କୋଭିଡ ଟେଷ୍ଟରେ ଭାରତୀୟ ଫୁଟବଲ ଟିମ ଅଧିନାୟକ ତଥା ଷ୍ଟାର ଷ୍ଟ୍ରାଇକର ସୁନିଲ ଛେତ୍ରୀ କରୋନା ପଜିଟିଭ ବୋଲି ଜଣାପଡିଛି । ଫଳରେ ସେ ଦୁବାଇରେ ମାର୍ଚ୍ଚ ୨୫ରେ ଖେଳାଯିବାକୁ ଥବା ଓମାନ ବିପକ୍ଷ ଅନ୍ତର୍ଜାତୀୟ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ ଖେଳିପାରିବେ ନାହିଁ ବୋଲି ସ୍ପଷ୍ଟ ହୋଇଛି । ସେ ଆହୁରି ମଧ୍ୟ ସମାନ ଭେନ୍ୁ୍ୟରେ ମାର୍ଚ୍ଚ ୨୯ରେ ସଂଯୁକ୍ତ ଆରବ ଏମିରେଟ୍ସ ବିପକ୍ଷ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ ନ ଖେଳିପାରନ୍ତି । ବର୍ତ୍ତମାନ ସେ ଠକ୍ ଥିବା ଅନୁଭବ କରିଛନ୍ତି । ୩୬ ବର୍ଷୀୟ ଏହି ଫୁଟବଲର ଗୋଆରେ ଜୈବସୁରକ୍ଷିତ ବବଲରେ ରହି ଗତ ମାସ ଶେଷ ପର୍ଯ୍ୟନ୍ତ ଇଣ୍ଡିଆନ ସୁପର ଲିଗରେ ଖେଳି ଆସୁଥିଲେ ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0