spot_img

ରାସ୍ତାକଡରୁ ମହିଳାଙ୍କ ମୃତଦେହ ଠାବ

ଉଦଳା :  ଉଦଳା-ବାରିପଦା ରାଜ୍ୟ ରାଜପଥର ପଥରା ଛକ ପୋଲ ନିକଟରେ ଜଣେ ଅଜଣା ମହିଳାଙ୍କ ମୃତଦେହ ପଡିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ପରେ ଏ ନେଇ ଖୁଣ୍ଟା ଥାନାକୁ ଜଣାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଠାବ କରିଛି । ମୃତ ମହିଳାଙ୍କ ପରିଚୟ ମିଳିପାରିନଥିବା ବେଳେ ରାସ୍ତା ପାର୍ଶ୍ବରେ ମହିଳାଙ୍କ ମୃତଦେହ କିଭଳି ଆସିଲା ତାକୁ ନେଇ ତଦନ୍ତ କରୁଛି ପୋଲିସ । ଏହାସହ ବାରିପଦାରୁ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ କରିବ ବୋଲି ପୋଲିସ ସୂଚନା ଦେଇଛି । ତେବେ ମହିଳାଙ୍କ ମୃତ୍ୟୁ ଅସ୍ବାଭାବିକ ନା ତାଙ୍କୁ କେହି ହତ୍ୟା କରିଛି ତାହା ଏବେ ବି ସନ୍ଦେହରେ ରହିଛି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular