ଭିଜିଲାନ୍ସ ପଞ୍ଝାରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ରେଡ ବେଳେ ଘରୁ ୧ କେଜି ୪୪୦ ଗ୍ରାମର ସୁନା ଜବତ ନେଇ ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି । ଆୟ ବର୍ହିଭୂତ ସମ୍ପତ୍ତି ଅଭିଯୋଗରେ ଗତକାଲି ପ୍ରଦୀପଙ୍କ ଘରେ ରେଡ୍ ହୋଇଥିଲା । ପ୍ରଦୀପଙ୍କ ସମ୍ପତ୍ତି ଆଟାଚ୍ ନେଇ ପଦକ୍ଷେପ ନିଆଯାଉଛି । ବ୍ୟାଙ୍କ ଆକାଉଣ୍ଟ ଗୁଡ଼ିକୁ ଫ୍ରିଜ୍ କରିବାକୁ ପଦକ୍ଷେପ ନିଆଯାଇଥିବା ସୂଚନା ମିଳିଛି । ଏହା ସହ ଚଢ଼ାଉ ବେଳେ କେତେକ ଗୁରୁତ୍ୱପୂର୍ଣର୍ କାଗଜପତ୍ର ଜବତ ହୋଇଛି । ସବ୍ୟସାଚୀ ବ୍ରାଣ୍ଡର ୨୪ ଲକ୍ଷ ୨୫ ହଜାର ଟଙ୍କା ଗହଣା ଘରୁ ଜବତ କରାଯାଇଛି । ତେବେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସମ୍ପର୍କୀୟ ଓ ସହଯୋଗୀଙ୍କ ଘର ସମେତ ୧୫ଟି ସ୍ଥାନରେ ହୋଇଥିଲା ଏକକାଳୀନ ଚଢ଼ାଉ । ଜମି, ଘର, ସୁନା ଗହଣା ଓ ଅନ୍ୟାନ୍ୟ ଦାମୀ ଜିନିଷ କିଣିବାର କାଗଜପତ୍ର ଜବତ କରିଛି ଭିଜିଲାନ୍ସ । ୨୩ ଘଣ୍ଟାର ମାରାଥନ ରେଡ୍ ପରେ ଏନେଇ ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0